ଲକ୍ଷେ ଘର ସମାଜ ତରଫରୁ ନୂଆଁଖାଇ ଭେଟ ଘାଟ ପ୍ରସ୍ତୁତି ବୈଠକ ସୁନ୍ଦରଗଡ଼ ତା:0୬-0୯-୨0୨୫ରିଖ (ବ୍ୟୁରୋ ରିପୋର୍ଟ ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ଲକ୍ଷେ ଘର ସମାଜ ତରଫରୁ ଏ ବର୍ଷ ର ନୂଆଁଖାଇ ଭେଟଘାଟ ପର୍ବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ବାଲିଶଙ୍କରା ସର ବାହାଲ ଲକ୍ଷେ ଘର ସମାଜ ର କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ଲକ୍ଷେ ଘର ସମାଜ ର ବ୍ଲକ ସଭାପତି ଶ୍ରୀ ଉଦ୍ଧବ ତନ୍ତୀ, ସମ୍ପାଦକ ତଥା ସନ୍ଧାନ ନ୍ୟୁଜ ବ୍ଲକ ପ୍ରତିନିଧି ଶ୍ରୀ ଦୁର୍ଯ୍ୟୋଧନ ଗରଡ଼ିଆ, ଉପ ସମ୍ପାଦକ ଶ୍ରୀ ପିତାମ୍ବର ତାଜନ ଏବଂ ୧୦ଟି ପଂଚାୟତ ର ସଭାପତି, ସମ୍ପାଦକ, କୋଷାଧକ୍ଷ, ମହିଳା ସଭାନେତ୍ରୀ ଓ ସମାଜ ସେବି ବନ୍ଧୁ ମାନେ ଉପସ୍ଥିତ ଥିଲେ l ଏହି ବର୍ଷ ଅତି ଧୂମଧାମ ରେ ନୂଆଁଖାଇ ପର୍ବ ପାଳନ କରିବା ପାଇଁ ସଭାପତି ଉପଦେଶ ଦେଇଥିଲେ l ସମସ୍ତ ପଂଚାୟତ ରୁ କେମିତି ସମାଜ ର ଲୋକେ ଆସି ନୂଆଁଖାଇ ଭେଟଘାଟ ହୋଇ ପାରିବେ, ଖର୍ଚ୍ଚ କେଉଁ ଠାରୁ ଆସିବ ସେ ସବୁ ବିଷୟ ରେ ଟିକିନିଖି ପ୍ରସ୍ତୁତି କରାଯାଇଥିଲା l ସମସ୍ତ ଦାୟିତ୍ୱ ସଭାପତି ନେଇ କରିବି ବୋଲି କହିଥିଲେ l ତାଙ୍କୁ ଉପ ସମ୍ପାଦକ ଶ୍ରୀ ପିତାମ୍ବର ତାଜନ ସହଯୋଗ କରିବେ ବୋଲି ଦାୟିତ୍ୱ ନେଇଥିଲା ବେଳେ ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ଗରଡ଼ିଆ ଅବସର ନେଇଥିବା ଜଣା ପଡିଛି l
ଲକ୍ଷେ ଘର ସମାଜ ତରଫରୁ ନୂଆଁଖାଇ ଭେଟ ଘାଟ ପ୍ରସ୍ତୁତି ବୈଠକ
|
September 6, 2025 |



