ଇଲେକ୍ଟ୍ରି କରେଣ୍ଟ ରେ ଚାଷୀ ଙ୍କ ମୃତ୍ୟୁ ସନ୍ଧେହ

Spread the love

ଜେନାପୁର,୨୪/୮(ସନ୍ଧାନ ନିୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ମର୍ଜିତାପୁର ପଞ୍ଚାୟତ ତରେଇ ସାହି ରେ ଜଣେ ବୃଦ୍ଧଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ମୃତ୍ୟୁ କୁ ଇଲେକ୍ଟ୍ରି କରେଣ୍ଟ ଜନିତ ବୋଲି ସନ୍ଦେହ ପ୍ରକାଶ ପାଇଛି। ମୃତକ ଜଣଙ୍କ ହେଲେ ତରେଇ ସାହିର ଗଦାଧର ତରେଇ (୮୦) ବୋଲି ଜଣାପଡ଼ିଛି। ପ୍ରାପ୍ତ ଖବର ଅନୁସାରେ ଗଦାଧର ନିଜ ଗାଁ ନିକଟରେ କିଛି ଜମିରେ ଧାନ ଚାଷ କରିଛନ୍ତି। ବୁଲା ଗାଈ ଗୋରୁ, ଷଣ୍ଢ ଆଦି ଫସଲ ନଷ୍ଟ କରୁଥିବାରୁ ଗଦାଧର ଜମି ଦେଖିବାକୁ ଯାଆନ୍ତି। ଶନିବାର ରାତି ପ୍ରାୟ ୧୦ ଟା ବେଳେ ଗଦାଧର ଖାଇ ସାରି ଗାଁ ତଳ ଵିଲ ଆଡ଼କୁ ଷଣ୍ଢ ତଡିବାକୁ ଯାଇଥିଲେ। ଵିଲ ପାଖାପାଖି ଏକ ଇଲେକ୍ଟ୍ରି ତାର ଯାଇଛି। ଅନ୍ଧାର ରାତି ହୋଇଥିବାରୁ ଗଦାଧର ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ଆଘାତ ପାଇ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି। ତାଙ୍କର ହାତ ଏବଂ ଦେହର ଅନ୍ୟାନ୍ୟ ଅଙ୍ଗ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ପରିବାର ଲୋକେ ସକାଳୁ ଗଦାଧର ଘରେ ନ ଥିବା ଦେଖି ଖୋଜାଖୋଜି କରିଥିଲେ। ଅନ୍ୟ ଲୋକମାନେ ତାଙ୍କୁ ମରି ପଡ଼ି ଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଥିଲେ। ଏନେଇ ଜେନାପୁର ପୋଲିସ କେସ ନମ୍ବର ୨୫/୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି। ଅନ୍ୟ ପକ୍ଷରେ ମୃତ ଗଦାଧର ଙ୍କ ପୁଅ ଛବିନ୍ଦ୍ର ବଜ୍ରାଘାତ ରେ ମୃତ୍ୟୁ ହୋଇଥିବା ନେଇ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Related Posts

About The Author

Add Comment