ଯାଜପୁର, ୪/୧୧ ( ସନ୍ଧାନ ନିୟୁଜ) ପଶ୍ଚିମ ବଡ଼ଚଣାରେ ଗତ କିଛି ବର୍ଷ ହେଲା ବଣୁଆ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ! ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ହାତୀ ଢେଙ୍କାନାଳ ଜିଲ୍ଲାରୁ ଏହି ଅଞ୍ଚଳର ବିଭିନ୍ନ ଗ୍ରାମରେ ଅମଳ ଅପେକ୍ଷାରେ ଥିବା ପାଚିଲା ଧାନ କ୍ଷେତ ମଧ୍ୟରେ ପଶି ବ୍ଯାପକ କ୍ଷୟକ୍ଷତି କରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଦେଖାଯାଉ ନାହିଁ ! ଚାଷୀମାନେ ନିଜ ଫସଲକୁ ରକ୍ଷା କରିବାକୁ ସାରାରାତି ଉଜାଗର ରହି ହାତୀ ଘୋଡାଇବା କାର୍ଯ୍ୟ କରୁଥିବା ବେଳେ ବନ ବିଭାଗର ଏଥିପ୍ରତି ଉଦାସୀନତା ନେଇ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି ! ଏହି ଅଞ୍ଚଳର ବଣ ଜଙ୍ଗଲ ମଧ୍ୟରେ ଅନେକ ଆଦିବାସୀ ଲୋକ ପରିବାର ନେଇ କଚ୍ଚା ଘରେ ଭୟଭୀତ ଅବସ୍ଥାରେ ରହୁଛନ୍ତି | ଗତକାଲି ରାତିରେ ସିହା ଓ କାଇମାଟିଆ ପଞ୍ଚାୟତର ବିଲ ପାଟରେ ୮ଗୋଟି ହାତୀ ପଶି ବ୍ୟାପକ ଧାନ ଫସଲ ନଷ୍ଟଭ୍ରଷ୍ଟ କରିଛନ୍ତି | କ୍ଷତିଗ୍ରସ୍ତ ଚ଼ାଷୀଙ୍କୁ କ୍ଷତିପୂରଣ ଦେବା ସହିତ ଅତୀତରେ ହାତୀମାନଙ୍କ ଦ୍ବାରା ବହୁ ଘରଦ୍ବାର ଭାଙ୍ଗିବା ଓ ଲୋକଙ୍କ ଜୀବନ ନେବା ଘଟଣା ବି ଘଟିଥିବାର ନଜିର ରହିଥିବାରୁ ଭବିଷ୍ୟତରେ ସେଭଳି ଘଟଣାର ଯେମିତି ପୁନରାବୃତ୍ତି ନ ଘଟେ ସେଥିପ୍ରତି ପ୍ରଶାସନ ଓ ବନ ବିଭାଗ ତତ୍ପରତା ପ୍ରକାଶ କରୁ !
ବଣୁଆ ହାତୀ ଉପଦ୍ରବ, ହାତୀ ପାଇଁ ବିପଦ ମଣିଷ ପାଇଁ ବି ବିପଦ
|
November 4, 2018 |



