ଯାଜପୁର/୧୦/୦୯/ସନ୍ଧାନ ନିୟୁଜ୍ )ବ୍ରଜ କିଶୋର ସମାଜ ସେବୀ ସଂଗଠନ, ବେଣାପୁର ତରଫରୁ ବ୍ରଜ କିଶୋର ସ୍ବାଇଁ ଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷ ଏକ ସ୍ଵଚ୍ଛା କୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ସଂଘ ର ସଭାପତି ତନ୍ମୟ ଜିତ୍ ସ୍ୱାଇଁ ଙ୍କ ଆୟୋଜନ କ୍ରମେ SCB ର ଡାକ୍ତର ଶ୍ରୀଯୁକ୍ତ ବିଶ୍ଵ ସ୍ୱରୂପ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାନ ଶିବିର ଉଦ୍ଘାଟନ କରିଥିଲେ ଓ MBUP ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତ ଦାନ ଶିବିର ଆରମ୍ଭ ହୋଇଥିଲା। ଏହି ଶିବର ରେ ସଂଘ ର କାର୍ଯ୍ୟକର୍ତ୍ତା ଅମ୍ରିତା ସ୍ୱାଇଁ, ତାପସ ସ୍ୱାଇଁ,ତ୍ରିଲୋଚନ ଜେନା, ଦିଲୀପ ସ୍ୱାଇଁ, ସୁଶିଲ ସ୍ୱାଇଁ, ଦେବାଶିଷ ସ୍ୱାଇଁ ସତ୍ୟଜିତ୍ ସ୍ୱାଇଁ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପ୍ରିତମ କୁମାର୍ ନାୟକ ,ଶୁଭମ୍ ସ୍ୱାଇଁ , ପ୍ରିତି ରଞ୍ଜନ ସ୍ବାଇଁ,ଷୌଭାଗ୍ୟ ସ୍ୱାଇଁ, ପ୍ରତ୍ୟୁଷ ସାହୁ, ଦିବ୍ୟଜ୍ୟୋତି ଜେନା, ପ୍ରବେଶ ଜେନା, ଆଶିଷ ପାତ୍ର, ରାଜେଶ୍ ସ୍ୱାଇଁ, ରାକେଶ ସ୍ବାଇଁ ଙ୍କ ସହ ଅନେକ ରକ୍ତ ଦାତା ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିଥିଲେ ପରିସେଶ ରେ ମୋଟ ୬୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା
ବ୍ରଜ କିଶୋର ସ୍ବାଇଁ ଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷ ଏକ ସ୍ଵଚ୍ଛା କୃତ ରକ୍ତ ଦାନ ଶିବିର
|
September 10, 2024 |