ଗ୍ରାମଦେବତୀ ଙ୍କ ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ଧୁମ୍ ଧାମ୍ ରେ ପାଳିତ 

Spread the love

ଜେନାପୁର /ସନ୍ଧାନ ନ୍ୟୁଜ୍) ଶାଗରିକା ଦଳାଇ)୧୩/୦୭ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମରେ ଗ୍ରାମଦେବତୀ ଙ୍କର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳିତ ହୋଇଛି।ଏକ ବିରାଟ ଶୋଭାଯାତ୍ରା ରେ ମହିଳା କଳସଧାରୀ ମାନେ ପୁଷ୍କରିଣୀ ରୁ ପବିତ୍ର ଜଳ ଆଣି ମଣ୍ଡପ ପ୍ରବେଶ କରିଥିଲେ। କଳସ ଯାତ୍ରା ପରେ ଘଟ ସ୍ଥାପନ କରାଯାଇ ସୂର୍ଯ୍ୟପୂଜା, ଗୋ ପୂଜା,ମଣ୍ଡଳାଧିସ ଚଣ୍ଡୀ ପାଠ,ଯଜ୍ଞ ଆରମ୍ଭ ପଣ୍ଡିତ ମାନଙ୍କ ଦ୍ଵାରା କରାଯାଇଥିଲା। ମୁଖ୍ୟ କର୍ତ୍ତା ଭାବରେ ଶସ୍ତ୍ରୀକ ଯୋଗେନ୍ଦ୍ର ବଳ ଓ ସହଧର୍ମିଣୀ ଗୁଣ୍ଠି ବଳ ଦାୟିତ୍ୱ ସମ୍ପାଦନ କରିଥିଲେ।ଏହି ଅବସର ରେ ମା ଙ୍କର ମହାସ୍ନାନ କରାଯିବା ସହିତ ସୋଢଶହ ଉପଚାର ପୂଜା କରାଯାଇଥିଲା। ପରେ ପଣ୍ଡିତଙ୍କ ଦ୍ଵାରା ଯଥା ରୀତିନୀତି ଅନୁଯାୟୀ ମା ଙ୍କର ପୂଜା ଅର୍ଚନା କରାଯିବା ସହିତ ଯଜ୍ଞ କାର୍ଯ୍ୟ ସମ୍ପାଦନ ଏବଂ ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହି ପରିପେକ୍ଷୀରେ ସୋମନାଥ ଭଜନ ସନ୍ଧ୍ୟା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଏହି ସମୟରେ ମା ଙ୍କୁ ଦର୍ଶନ କରିବାପାଇଁ ତାଳଜଙ୍ଗ ଗ୍ରାମବାସୀଙ୍କ ସମେତ ଆଖପାଖ ଅଂଚଳରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି କାର୍ଯ୍ୟରେ ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିବା ବେଳେ ଗ୍ରାମବାସୀ ଏହାକୁ ପରିଚାଳନା କରିଥିଲେ।

Related Posts

About The Author

Add Comment