ଭାଲୁ ଆକ୍ରମଣରେ ଯୁବକ ଗୁରତର

Spread the love
ବାଲିଗୁଡା, ୨୭/୦୬/୨୪: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତର ଡକର ଗାଁ ରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରତର । ଗୁରୁତର ଜଣକ ହେଉଛନ୍ତି ଅଖିଳ ପ୍ରଧାନୀ (୩୫)। ଅଖିଳ ଗୁରୁବାର ସକାଳୁ ସେହି ଗାଁର ଜଙ୍ଗଲକୁ ମଇଁଷି ଖୋଜିବାକୁ ଯାଇଥିବା ସମୟରେ ଏକ ଭାଲୁ ଅଖିଳଙ୍କୁ ଆକ୍ରମଣ କରିଥିଲା । ସେ ଜୀବନ ବିକଳରେ ଗାଁକୁ ଦୌଡ଼ି ପଳାଇ ଆସିଥିଲେ । ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଦେଖି କିଛି ଲୋକ ଗାଁ ଲୋକଙ୍କୁ ଡାକି କ.ନୂଆଗାଁ ରେ ପ୍ରାଥମିକ ଚିକିତ୍ସା କରିବା ପରେ ସଙ୍ଗେ ସଙ୍ଗେ ଫୁଲବାଣୀ ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା

Related Posts

About The Author

Add Comment