୩ ଦିନିଆ ଗସ୍ତରେ ଓଡିଶା ଆସିବେ ରାହୁଲ ଓ ଖଡଗେ, କରିବେ ମାରାଥନ ପ୍ରଚାର

Spread the love

ଭୁବନେଶ୍ୱର/ସନ୍ଧାନ ନ୍ୟୁଜ: ଓଡିଶାରେ କଂଗ୍ରେସର ପ୍ରଚାରକୁ ଜୋରଦାର କରିବା ପାଇଁ ପୁଣି ଓଡିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦୁଇ ନେତା ୩ ଦିନ ଓଡିଶାରେ ମାରାଥନ ପ୍ରଚାର କରିବେ । ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏ ନେଇ ରବିବାର ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଅଜୟ କୁମାର କହିଛନ୍ତି, ରାହୁଲ ଗାନ୍ଧୀ ଓ ଖଡଗେ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ମେ ୨୬, ୨୭ ଓ ୨୮ ତାରିଖରେ ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିବେ । ଏ ନେଇ ପ୍ରସ୍ତୁତି ଜାରି ରହିଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ । ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇ ସାରିଛି । ମେ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ତେଣୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ଏହା ପୂର୍ବରୁ ରାହୁଲ ଗାନ୍ଧୀ ଦୁଇ ଥର ଓଡିଶା ଆସି ସାଲେପୁର ଓ ବଲାଙ୍ଗୀରରେ ପ୍ରଚାର କରିଥିଲେ । ବଲାଙ୍ଗୀରରେ ରାହୁଲ ନିଜ ବକ୍ତବ୍ୟ ଆରମ୍ଭରୁ ଶେଷ ଯାଏ‌ କେବଳ ବିଜେପିକୁ ଟାର୍ଗେଟ୍‌ କରିଥିଲେ। ବିଜେଡି ସମ୍ପର୍କରେ ପଦୁଟିଏ କହିନଥିଲେ। ଗତକାଲି ବାଲେଶ୍ୱର ଆସିଥିଲେ ବରିଷ୍ଠ ନେତା ସଚିନ ପାଇଲଟ । ସେ ବିଜେଡି ଓ ବିଜେପିକୁ ଶାଣିତ ସ୍ୱରରେ ହମଲା କରିଥିଲେ । ଜୟରାମ ରମେଶ ୧୪ ତାରିଖରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ ।

Related Posts

About The Author

Add Comment