ରତ୍ନଗିରୀ ପଂଚାୟତରେ ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ କଲେ ବିଧାୟୀକା

Spread the love

ଯାଜପୁର ସଦର, ୨୧ା୦୩: ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ରତ୍ନଗିରି ପଂଚାୟତର ବିଭିନ୍ନ ପ୍ରକଳ୍ପକୁ ଶ୍ରୀମତୀ ଦାସ ଉଦ୍ଘାଟନ କରିବା ସହିତ ଆଚରଣ ବିଧି ଲାଗୁ ହେବାକୁ ଯାଉଥିବା ବେଳେ, ଶ୍ରୀମତୀ ଦାସ ଗତକାଲି ରତ୍ନଗିରି ପଂଚାୟତରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅହଲିବାଦ ଖେଳ ପଡ଼ିଆରେ ନିର୍ମାଣ କରାଯାଇଥିବା ମିନି ଷ୍ଟାଡିୟମକୁ ଉଦ୍ଘାଟନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଖେଳ ପଡ଼ିଆଟି ବରୀ ଅଞ୍ଚଳର ପ୍ରମୁଖ ଖେଳ ପଡ଼ିଆ ହୋଇଥିବା ବେଳେ, ଏହି ଖେଳ ପଡ଼ିଆକୁ ରାଜ୍ୟସ୍ତରୀୟ ଖେଳାଳି ଖେଳିବାକୁ ଆସୁଥିବାରୁ ଶ୍ରୀମତୀ ଦାସ ଏହାକୁ ଉଦ୍ଘାଟନ କରିଥିଲେ । ସେହିପରି ଅହଲିବାଦ ଛକରୁ ପଟଣାଗ୍ରାମର ରାସ୍ତାର ଶିଳାନ୍ୟାସ କରିବା ସହିତ ଶ୍ରୀମତୀ ଦାସ ପଟଣା ରାଉତ ସାହି ମାଳିସାହିରେ ନିର୍ମାଣ କରାଯାଇଥିବା ଶ୍ରେଣୀଗୃହକୁ ଶ୍ରୀମତୀ ଦାସ ଉଦ୍ଘାଟନ କରିଥିଲେ । ଦିର୍ଘ ଦିନରୁ ପରିତ୍ୟେକ୍ତ ଅବସ୍ଥାରେ ପଡ଼ିରହିଥିବା ରତ୍ନଗିରି ହାଟର ବଜାର ଗୃହକୁ ଉଦ୍ଘଟାନ କରିଥିଲେ । ଏହି ଅବସରରେ ଶ୍ରୀମତୀ ଦାସଙ୍କ ସହିତ ରତ୍ନଗିରି ସରପଂଚ ସରଳା ମଲିକ, ବ୍ଲକ ବିଜେଡ଼ି ସଭାପତି କେଦାରନାଥ ସାମଲ, ସ୍ମୃତି ପରିଡ଼ା, ଅରବିନ୍ଦ ମହାନ୍ତି, ଆରତ ସାମଲ, ହରିହର ପଣ୍ଡା, ସନ୍ତୋଷ ନାୟକ, ଶିରିଶ ସାମଲ, କେଦାର ନାୟକ ଯୋଗଦେଇଥିବା ବେଳେ, ବହୁ ବିଜେଡ଼ି କର୍ମି ଯୋଗଦାନ କରିଥିଲେ ।

Related Posts

About The Author

Add Comment