ପ୍ରଫୁଲ୍ଲ ଙ୍କ ପାଇଁ ଆବାସ ଯୋଜନା ଘର ସାତସପନ

Spread the love

ରସୁଲପୁର /୨୮/୨ (ସନ୍ଧାନ ନିଉଜ୍) ଦୀର୍ଘ ବର୍ଷ ହେବ ସରକାରଙ୍କ ଆବାସ ଯୋଜନାରେ ସାମିଲ ହେବାକୁ ଅପେକ୍ଷା କରି ରହିଛନ୍ତି ଗରିବ ପ୍ରଫୁଲ୍ଲ ଦାସ।ଅସହାୟ,ଖଟିଖିଆ,ଭିନ୍ନକ୍ଷମ ଓ ଦାରିଦ୍ର୍ୟ ଶ୍ରେଣୀୟ ଲୋକମାନଙ୍କ ପାଇଁ ମାଳମାଳ ଯୋଜନା ପ୍ରଣୟନ ହୋଇଛି ସତ କିନ୍ତୁ ବାସ୍ତବରେ ଚିତ୍ର ଓଲଟା ଦେଖିବାକୁ ମିଳୁଛି ।ସରକାର ଯୋଜନା କୁ କିଛି ଅବହେଳିତ ଜନପ୍ରତିନିଧି ଓ ଅଧିକାରୀଙ୍କ ପାଇଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଗରିବ ଜନସାଧାରଣ।ଯାହାଙ୍କ ପାଇଁ ନିନ୍ଦିତ ହେଉଛନ୍ତି ସରକାର । ପ୍ରକୃତ ହିତାଧିକାରୀ ଘର ଖଣ୍ତେ ପାଇବାକୁ ବଞ୍ଚିତ ହେଉଛନ୍ତି । ସେହି ପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ଅଧିନସ୍ଥ ଦାମୋଦର ପୁର ଗ୍ରାମ ର ସ୍ବର୍ଗତ ନଣ୍ଡା ଦାସ ଙ୍କ ପୁତ୍ର ପ୍ରଫୁଲ୍ଲ କୁମାର ଦାସ ଙ୍କ କ୍ଷେତ୍ରରେ । ପ୍ରଫୁଲ୍ଲ ଙ୍କ କହିବା ଅନୁସାରେ ୧୯୯୯ ମସିହା ମହାବାତ୍ୟା ରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଏହା ପରେ ୨୦୦୧ ମସିହା ରେ ତାଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଯାଇଥିଲା। ଘର କାମ ଆରମ୍ଭ କରି ପ୍ରଥମ କିସ୍ତି ବାବଦ କୁ ୫ ହଜାର ଟଙ୍କା ପାଇଥିଲେ। କିନ୍ତୁ ପରେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା କାରଣ ରୁ ସେ ଆଉ ଟଙ୍କା ପାଇ ପାରି ନ ଥିଲେ। ଯାହା ଫଳ ରେ ସେ ଘର କାମ କୁ ଆଗକୁ ବଢାଇ ବାରେ ସକ୍ଷମ ହୋଇ ନ ଥିଲେ। ସରକାର ଙ୍କ ଯୋଜନା ଅନୁଯାୟୀ ପୂର୍ବରୁ ଟଙ୍କା ପାଇ ଘର କରି ପାରି ନ ଥିବା ହିତାଧିକାରୀ ପାଇ ଥିବା ଟଙ୍କା କୁ ଫେରାଇ ଦେଲେ ପୁନଃ ଘର ପାଇଁ ଆଉ ଥରେ ବର୍ତ୍ତମାନ ର ଧାର୍ଯ୍ୟ ଅର୍ଥ ରାଶି ପାଇ ଘର କରିବାକୁ ନିୟମ ରହିଛି। ଉକ୍ତ ଯୋଜନା ରେ ସାମିଲ ହେବାକୁ ପ୍ରଫୁଲ୍ଲ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ। କିନ୍ତୁ ସେ ସମୟ ସରି ଯାଇଛି ଆଉ ହେଇ ପାରିବ ନାହିଁ ବୋଲି ବିଭାଗୀୟ ଅଧିକାରୀ ମନା କରି ଦେଇଥିଲେ। ବାଧ୍ୟ ହୋଇ ପ୍ରଫୁଲ୍ଲ ସେଇ ଭଙ୍ଗା କୁଡ଼ିଆ ରେ ରହୁଛନ୍ତି।ବର୍ଷା ଦିନେ ଆର୍ଥିକ ଅବସ୍ଥା ଯୋଗୁଁ ଘର ଛପର ନ କରି ପାରି ବହୁ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ସେ ରହୁଥିବା ଘର ଟି ବର୍ଷା ହେବା ଦ୍ୱାରା ଘର ର କାନ୍ଥରେ ପାଣି ପଡି ମାଟି କାନ୍ଥ ଫାଟି ଆଁ କରିବା ସହିତ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ରାତ୍ରିରେ ପରିବାର ଶୋଇବା ସମୟରେ ଅଘଟଣ ନ ଘଟିବ କିଏ କହିପାରିବ । ସରକାର ଅସହାୟ,ଗରିବ ଲୋକଙ୍କ ପ୍ରତି ଆବାସ ଯୋଜନା ଯୋଗାଇ ଆସୁଥିଲା ବେଳେ କିନ୍ତୁ ବାସ୍ତବ କ୍ଷେତ୍ରରେ ପ୍ରଫୁଲ୍ଲ ଙ୍କ ପାଇଁ ଆବାସ ଯୋଜନା ଗୃହଟି ଦିଗ ହରା ହୋଇଯାଇଛି । ପରିବାର ଭଙ୍ଗା ମାଟି କୁଡିଆରେ ବିପଦର ସହିତ କାଳାତିପାତ କରିଆସୁଛନ୍ତି । ବର୍ଷା ଦିନେ ଘରେ ପାଣି ପଶି ଯିବାରୁ ରୋଷେଇ ବନ୍ଦ ହେବା ଯୋଗୁଁ ନ ଖାଇ ନ ପିଇ ରାତିରେ ଶୋଇବାକୁ ପଡ଼େ। ତାଙ୍କର ଏହି ଅସୁବିଧା ସ୍ଥାନୀୟ ଜନପ୍ରତିନିଧିଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ । ତେବେ ସରକାରଙ୍କ ମାଳମାଳ ଯୋଜନା କାହା ସ୍ୱାର୍ଥରେ । ଏହାକୁ ସରକାରଙ୍କ ତରଫରୁ ଖୁବ୍ ଶୀଘ୍ର ତଦନ୍ତ ପରିସରକୁ ନିଆଯାଇ ପ୍ରଫୁଲ୍ଲ ଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

Related Posts

About The Author

Add Comment