ଜେନାପୁର।୧୪ /୨(ସନ୍ଧାନ ନିଉଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର ପଞ୍ଚାୟତ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଏବଂ କଲ୍ୟାଣ ମଣ୍ଡପ ର ମଝିରେ ଏକ ପାର୍କ ନିର୍ମାଣ ପାଇଁ ସରକାରୀ ଅନୁଦାନ ମିଳିଥିଲେ ବି ଏହା ଅଧା ନିର୍ମାଣ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ବଳ ପୂର୍ବକ ଏହାକୁ ଅକ୍ତିକାର କରି ଏଥିରେ ପରିବା ଚାଷ କରିଥିବା ଦେଖିବାକୁ ମିଳିଛି।ଏ ସମ୍ପର୍କରେ ବିଭିନ୍ନ ଖବରକାଗଜ ରେ ଖବର ପ୍ରକାଶିତ ହେଲା ପରେ ମଧ୍ୟ କର୍ଣ୍ଣପାତ କରୁ ନାହାଁନ୍ତି ବିଭାଗୀୟ ଅଧିକାରୀ। ପାର୍କ ର ପାଚେରୀ, ଗେଟ, ବୋରିଂ,ଶୌଚାଳୟ ଆଦି କାମ ସମ୍ପୂର୍ଣ୍ଣ ହୋଇ ସାରିଛି। ପାର୍କ ର ଭିତର କାମ ବାକି ରହିଛି।କିନ୍ତୁ କିଏ କାମ କରୁଛି ତଥା ସରକାରୀ ନିୟମ ଅନୁଯାୟୀ ହେଉଥିବା କାମ ର ସମ୍ପୂର୍ଣ୍ଣ ବିବରଣୀ ତଥା କାର୍ଯ୍ୟ ର ନାମ, ଆର୍ଥିକ ବର୍ଷ, ଅଟକଳ, କାର୍ଯ୍ୟ ଆରମ୍ଭ, ଶେଷ, ଆଦି ସର୍ବସାଧାରଣ ଙ୍କ ଜାଣିବା ପାଇଁ ଏକ ସୂଚନା ଫଳକ ବାଧ୍ୟତାମୂଳକ ରହିବା କଥା।କିନ୍ତୁ ଏଠାରେ ତାକୁ ଦେଖିବାକୁ ମିଳୁନାହିଁ । ଏହି ପାର୍କ ରେ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ରଙ୍ଗୀନ ଫୁଲ ଗଛ, ଘାସ ଗାଲିଚା, ଶିଶୁ ମାନଙ୍କ ପାଇଁ ଦୋଳି, ପଶୁ ପକ୍ଷୀ ମାନଙ୍କ ପ୍ରତିମୂର୍ତ୍ତି ଆଦି ରହିବା ପାଇଁ ଉଦ୍ଦିଷ୍ଟ ଥାଏ।ତେବେ ସୂଚନା ଅଧିକାର ବଳ ରେ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ପାର୍କ ର ଅଟକଳ ମୂଲ୍ୟ ୧୦ ଲକ୍ଷ ଟଙ୍କା ରହିଛି।ଏଠାରେ ମାତ୍ର ୪୫ ହଜାର ୯ ଶହ ୫୪ ଟଙ୍କା ଖର୍ଚ୍ଚ କରାଯାଇଛି। ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ କୁ ଦେଖିଲେ ଏଥିରେ ୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି।ଏଠାରେ କୌଣସି ଫୁଲ ଗଛ କିମ୍ବା ମନୋରଞ୍ଜନ ଉପକରଣ ଲଗା ଯାଇନାହିଁ।ଏହା ଏବେ ନିର୍ମାଣଧୀନ ରହିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।କିନ୍ତୁ ଦୁଃଖ ଓ ପରିତାପର ବିଷୟ ବିଭାଗୀୟ ଅଧିକାରୀ ଙ୍କ ଆନ୍ତରିକତା ଅଭାବ ଯୋଗୁଁ ନିର୍ମାଣଧୀନ ପାର୍କ ର କାର୍ଯ୍ୟ କୁ ଆଗକୁ ନ ବଢ଼ାଇ ଏଠାରେ ପରିବା ଚାଷ କରାଯାଇଛି। ସରକାରୀ କାମ କୁ କିଏ ଓ କାହିଁକି କିମ୍ବା କାମ ବନ୍ଦ ର କାରଣ ଅସ୍ପଷ୍ଟ।ଏଠାରେ ଆଳୁ, ବୋଇତାଳୁ, ବାଇଗଣ, ଲଙ୍କା ,ଧନିଆ,କୋବି,ମକା ଆଦି ବିଭିନ୍ନ ପ୍ରକାର ଶାଗ ଚାଷ କରାଯାଇଛି। ଯାହା ଫଳରେ ସରକାର ଙ୍କ ପ୍ରକୃତ ଲକ୍ଷ ପୂରଣ ହୋଇ ପାରୁ ନାହିଁ। ବିଭାଗୀୟ ଅଧିକାରୀ ଙ୍କ ସରକାରୀ ନିର୍ଦ୍ଦେଶ କୁ ଏଭଳି ଅଣଦେଖା ତଥା ବେଖାତିର ମନୋଭାବ ଦ୍ୱାରା ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି। ବେଆଇନ ଭାବେ ହେଉଥିବା ପରିବା ଚାଷ କୁ କିଏ ଏବଂ କାହିଁକି କରୁଛନ୍ତି ନା ଏଥିପାଇଁ କାହାଠାରୁ ଅନୁମତି ପାଇଛନ୍ତି ତାହା ତଦନ୍ତ ସାପେକ୍ଷ।ତୁରନ୍ତ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରହିଛି।
ମର୍ଜିତାପୁର ପଞ୍ଚାୟତର ନିର୍ମାଣଧୀନ ପାର୍କ ରେ ହେଉଛି ପରିବା ଚାଷ
|
February 15, 2024 |
![](https://sandhannews.com/wp-content/uploads/2024/02/IMG_20240211_131038.jpg)