ଯୁବକର ଆତ୍ମହତ୍ୟା ସନ୍ଧେହ ଘେରରେ

Spread the love

ଯାଜପୁର ସଦର, ୧୫ା୦୧: ଯାଜପୁର ଜିଲ୍ଲା ସଦର ଥାନା ନିକଟସ୍ଥ ବରୁଆଁ ସରକାରୀ ଆଇଟିଆଇ କଲେଜ ଛାତ୍ରାବାସରୁ ଜଣେ ଛାତ୍ରଙ୍କର ଝୁଲନ୍ତା ଅବସ୍ଥାରେ ବରୁଆଁ ପୋଲିସ ଉଦ୍ଧାର କରିଥିବା ବେଳେ, ପରିବାର ପକ୍ଷରୁ ଛାତ୍ରାବାସରୁ ହତ୍ୟା ଅଭିଯୋଗ ପରିବାର ପକ୍ଷରୁ ବରୁଆଁ ସଦର ଥାନାରେ କରାଯାଇଚି । ଘଟଣାରୁ ପ୍ରକାଶ ଯେ, ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ନିକଟସ୍ଥ ବଡ଼ବାଲିକୁଦା ପଂଚାୟତର ପ୍ରଶାନ୍ତ ଦାସଙ୍କ ପୁଅ ନଗେନ ଦାସ ବରୁଆଁ ସରକାରୀ ଆଇଟିଆଇ କଲେଜର ଇଲେକ୍ଟ୍ରି ବିଭାଗର ୨ବର୍ଷର ଛାତ୍ର ନଗେନ ଦାସ ଏହି କଲେଜରେ ପଡ଼ୁଥିଲେ । ନଗେନଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ବେଳେ, ଏନେଇ ବରୁଆଁ ସଦର ଥାନାକୁ କଲେଜ ପକ୍ଷରୁ ଖବର ଦିଆଯାଇଥିଲା । ଖବର ପାଇ ସଦର ଥାନା ଆଇଆଇସି ଅନିରୁଦ୍ଧ ନାୟକ ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରାଯାଇଥିଲେ । ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା । ଛାତ୍ର ନଗେନ ଦାସଙ୍କ ମୃତ୍ୟୁ ଘଟଣା ହତ୍ୟା ସନ୍ଧେହ ଘେରରେ ରହିଚି । ନଗେନଙ୍କ ପରିବାର ପକ୍ଷରୁ ତାଙ୍କ ବାପା ପ୍ରଶାନ୍ତ ଦାସ ମୋ ପୁଆକୁ ହତ୍ୟା କରାଯାଇଚି ବୋଲି ବରୁଆଁ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଘଟଣା ସ୍ଥଳରେ ପହଁଞ୍ôଚ ଶବକୁ ଜବତ କରିବା ସହିତ ନଗେନଙ୍କ ଶବ ଛାତ୍ରାବାସର ୨୦୪ ନଂ ପ୍ରକୋଷ୍ଠରୁ ଉଦ୍ଧାର କରାଯାଇଥିଲା । ନଗେନ ଦାସଙ୍କୁ ହତ୍ୟା କରାଯାଇଚି ନା ସେ ଆତ୍ମହତ୍ୟା କରିଚି ତହା ସନ୍ଧେହ ଘେରରେ ରହିଚି । ଏଠାରେ ସୂଚନା ଯେ, ନଗେନ ଦାସ ଶୁକ୍ରବାର ରାତି ଭୋଜନ ସାରିବା ପରେ ନିଜ ରୁମକୁ ଯାଇଥିଲେ । ଶନିବାର ଦିନ ୧୦ଟା ପର୍ଯ୍ୟନ୍ତ ନଗେ କୋଠରିରୁ ନବାହାରିବାରୁ ଅନ୍ୟ ସାଙ୍ଗମାନେ ନଗେନର ଶୋଇବାଘରକୁ ଯାଇ କବାଟ ବାଡ଼େଇ ନଗେନକୁ ଡାକିଥିଲେ । ନଗେନ ଶୋଇବାଘର ରୁମ କବାଟ ନଖୋଲିବାରୁ ସାଙ୍ଗ ମାନଙ୍କ ମନରେ ସନ୍ଧେହ ଦେଖାଦେଇଥିଲେ । ଏନେଇ କଲେଜ କତ୍ତ୍ରିପକ୍ଷଙ୍କୁ ସାଙ୍ଗମାନେ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଞ୍ôଚ ନଗନେଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ନେଗେନର ଶବକୁ ସଦର ପୋଲିସ ଜବତ କରି ପୋଷ୍ଟବଟମ ପାଇଁ ଯାଜପୁର ମେଡିକାଲକୁ ପଠାଇଚି । ଆଇଟିଆଇ କଲେଜ ପରିଶରରେ ନଗନର ମୃତ ପାଇଁ ଉତ୍ତେଜନା ଦେଖାଦେଇଥିଲା । ନଗେନର ମୃତ୍ୟୁ ଘଟଣା ଶୁଣି ତାଙ୍କ ବାପା ବଡ଼ବାଲିକୁଦା ଗ୍ରାମରୁ ଆଇଟିଆଇ କଲେଜକୁ ଯାଇଥିଲେ ଓ ତାଙ୍କ ପରିବାର ଲୋକମାନେ ଘଟଣା ସ୍ଥାଲରେ ପହଁଞ୍ଚଥିଲେ । ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ପିରବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଚି । ଆଇଟିଆଇ କଲେଜର ଅଧ୍ୟକ୍ଷ ଘଟନା ସ୍ଥଳକୁ ନଆସିବାରୁ ସନ୍ଧେହ ସୃଷ୍ଟି ହୋଇଥିଲା । ରିପୋର୍ଟ ଲେଖା ହେବା ବେଳକୁ ସଦର ଥାନା ପୋଲିସ ଅଭିଯୋଗକୁ ଭିତ୍ତିକରି ହତ୍ୟାମାମଲା ରୁଜୁ କରିଥିବା ଜଣାଯାଇଚି । ପୋଷ୍ଟବଟମ ରିପୋର୍ଟ ଆସିଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Related Posts

About The Author

Add Comment