ଯୁବ ନାଗରିକଙ୍କୁ ଭୋଟର ହେବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

Spread the love

ଯାଜପୁର,(ସନ୍ଧାନ ନ୍ୟୁଜ୍) ତା ୨୮ା୧୦ା୨୦୨୩ : ଯୁବ ନାଗରିକଙ୍କୁ ଭୋଟର ହେବା ନିମନ୍ତେ ପ୍ରବର୍ତ୍ତାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଯାଜପୁର ପୈାରପାଳିକା ଆନୁକୂଲ୍ୟରେ ଆଜି ପ୍ରତ୍ୟୁଷରୁ ଅନୁଷ୍ଠିତ ହୋଇଯାଇଅଚ୍ଥି । ଜିଲ୍ଳ୍‌ାପାଳ ଏବଂ ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ତଥା ଜିଲ୍ଳ୍‌ା ନିର୍ବାଚନ ଅଧିକାରୀ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ନିର୍ଦ୍ଦେଶ
କ୍ରମେ ଜିଲ୍ଳ୍‌ା ପ୍ରଶାସନ ଓ ପୈାରପାଳିକାର ମିଳିତ ସହଯୋଗରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସର ଏବଂ କୁସୁମା ଠାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସକାଳ ୭ ଘଟିକା ସମୟରୁ ପୂର୍ବାହ୍ନ ଘ. ୧୦.୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସ୍କାଉଟ, ଗାଇଡ୍‌, ଏନ୍‌ସିସି, ବିଭିନ୍ନ ସ୍କୁଲର ଚ୍ଥାତ୍ର ଚ୍ଥାତ୍ରୀ, ୧୭ ବର୍ଷରୁ ଉର୍ଦ୍ଧ୍ୱ ଯୁବକ,ଯୁବତୀ ଏବଂ ମିଶନ ଶକ୍ତିର ମହିଳା ଓ ଯାଜପୁର ପୈାରପାଳିକାର ପାରିଷଦ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ଉତ୍ସବ ଜିଲ୍ଳ୍‌ା ସଦର ମହକୁମାସ୍ଥ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରୁ ଶୁଭାରମ୍ଭ କରାଯାଇ କୁସୁମା ପୋଖରୀ ସମ୍ମୁଖ ପଡିଆ ଠାରେ ପହଞ୍ଚିଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ଚ୍ଥାତ୍ର ଚ୍ଥାତ୍ରୀ
ମାନଙ୍କ ମଧ୍ୟରେ ମିଶନ ଶକ୍ତି ଭବନ ଠାରେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ପୈାରପାଳିକାର ମହିଳା ମାନଙ୍କ ମଧ୍ୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା କରାଯାଇଥିଲା । ଶେଷରେ କୁସୁମା ସମ୍ମୁଖ ପଡି ଠାରେ ଉଜ୍ଜାପନୀ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତାର କୃତି ଚ୍ଥାତ୍ର ଚ୍ଥାତ୍ରୀ ଓ ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଯାଜପୁର ପୈାରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପାଟଯୋଶୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ସଚେତନତା କାର୍ଯ୍ୟକ୍ରମ ଦିବସରେ ଜିଲ୍ଳ୍‌ାପାଳ ଶ୍ରୀ ରାଠୋର, ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଳ୍‌ାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲ୍ଳ୍‌ାପାଳ ଶ୍ରୀ ଗୋପୀନାଥ କୁଅଁର, ଅତିରିକ୍ତ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ଶ୍ରୀ ଶଶିଧର ସିଂହ, ଶ୍ରୀ କୃତିବାସ ବାରିକ, ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଳ୍‌ା ସ୍କୁଲ ବରିଷ୍ଠ ଶିକ୍ଷକ ଜୟୀଋଦ୍ଦିନ ଖାଁ, ପୈାରପାଳିକାର ସମସ୍ତ ପାରିଷଦ ବୃନ୍ଦ ଉପସ୍ଥିତ ରହି ମତ ବ୍ୟକ୍ତ କରିଥିଲେ ।

Related Posts

About The Author

Add Comment