ରସୁଲପୁର ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Spread the love

ଯାଜପୁର, ୩୧/୦୭ (ସନ୍ଧାନ ନ୍ୟୁଜ) : ତ୍ରି ସ୍ତରୀୟ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ୫T ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ପ୍ରଶାସନ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ କରି ସେମାନଙ୍କୁ ସେବା ଯୋଗାଇବା ସରକାରଙ୍କ ଏକ ଅଭିନବ ଯୋଜନା ଏବଂ ସମସ୍ତ ଅଧିକାରୀମାନେ ନିଷ୍ଠାପର ଭାବେ ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ସହୃଦୟତାର ସହ ଆତ୍ମିୟ ସହକାରେ ସେବା ପ୍ରଦର୍ଶନ ପୂର୍ବକ ସ୍ୱଭାବ ପ୍ରଦର୍ଶନ କରି ଏହି ବ୍ୟବସ୍ଥାକୁ ଅଧିକରୁ ଅଧିକ କ୍ରିୟାଶୀଳ କରିବାକୁ ଆଜି ପୂର୍ବାହ୍ନରେ ରସୁଲପୁର ବ୍ଳ୍‌କ ପରିସରରେ ଜିଲ୍ଳ୍‌ାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ମିଳିତ ଅଭିଯୋଗ ଶୁଣାଣିରେ ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ଏହି ମିଳିତ ଅଭିଯୋଗ ଶୁଣାଣି ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିରୁଦ୍ଧ ରାଉତରାୟଙ୍କ ଅଧ୍ୟକ୍ଷତା ଓ ସହଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଜନ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଳ୍‌ାପାଳ, ଶ୍ରୀ ଦୁଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍‌ା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେଉରିଆ, ଡେପୁଟି କଲେକ୍ଟର, ଅଭିଯୋଗ ଶ୍ରୀ ପ୍ରପୁଂଲ ଚନ୍ଦ୍ର ମିଶ୍ର, ବି.ଡି.ଓ., ରସୁଲପୁର, ଶ୍ରୀ ଅବନିକାନ୍ତ ସାହୁ, ତହସିଲଦାର, ରସୁଲପୁର ଶ୍ରୀ ନିରଂଜନ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯାଜପୁର ଇଂ. ସୁଶାନ୍ତ କୁମାର ଘଡାଇ, ଅଧିକ୍ଷଣ ଯନ୍ତ୍ରୀ, ନର୍ଦ୍ଧମା ଖଣ୍ଡ, ଯାଜପୁର ଶ୍ରୀ ଦିଲିପ ନନ୍ଦନ ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ, ଜାରକା ଖଣ୍ଡ ଶ୍ରୀ କାମଦେବ ଦାସ, ଏଡିପିଏଚ୍‌ଓ ଡା. ଏସ୍‌.ପି. ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଳ୍‌ା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶ୍ରୀନିବାସ କର, ଅବକାରୀ ଅଧିକ୍ଷକ, ଯାଜପୁର ଶ୍ରୀ ଅମରେନ୍ଦ୍ର କୁମାର ଜେନା, ଜିଲ୍ଳ୍‌ା ଶିକ୍ଷା ଅଧକାରୀ ଶ୍ରୀ କୃତିବାସ ବାରିକ, ବ୍ଳକ ଶିକ୍ଷା ଅଧିକାରୀ, ରସୁଲପୁର ଶ୍ରୀ ନିଳାନମ୍ୱର ମିଶ୍ର, ସହକାରୀ ନିବନ୍ଧକ, ସମବାୟ ସମିତି, ଯାଜପୁର ଶ୍ରୀ ଶରତ ଚନ୍ଦ୍ର ମଲ୍ଳ୍‌ିକ, ଜିଲ୍ଳ୍‌ା ମୁଖ୍ୟ କୃଷି ଅଧିକାରୀ, ଯାଜପୁର ଶ୍ରୀ ଉଦିପ୍ତ କୁମାର ତ୍ରିପାଠୀ, ଜିଲ୍ଳ୍‌ା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଳ୍‌ା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା, ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଂଜନ କର, ସୁରକ୍ଷା ଅଧିକାରୀ, ଜିଲ୍ଳ୍‌ା ସମାଜ ମଙ୍ଗଳ, ଯାଜପୁର ଶ୍ରୀମତୀ ସଂଯୁକ୍ତା ଘଡାଇ, ଜିଲ୍ଳ୍‌ା ବେସାମରିକ ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ଓ ଅନ୍ୟାନ୍ୟ ଜିଲ୍ଳ୍‌ା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୧୦୯ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୮୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୯ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୧୯ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଳ୍‌ା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୩୪ ଗୋଟି ଅଭିଯୋଗ ଆସିଥିଲା । ଶିବିର ପ୍ରକୋଷ୍ଠରେ ୫୮ ଗୋଟି ଅଭିଯୋଗର ଜିଲ୍ଳ୍‌ାପାଳ ଶ୍ରୀ ରାଠୋର ତ୍ୱରିତ ସମାଧାନ କରିଥିଲେ । ପଂଜିକୃତ ହୋଇଥିବା ଅଭିଯୋଗ ମଧ୍ୟରୁ ୧୩ ଗୋଟି ଅଭିଯୋଗର ଅଭିଯୋଗକାରୀମାନେ ଅଭିଯୋଗ ସ୍ଥଳରେ ଅନୁପସ୍ଥିତ ଥିଲେ । ରସୁଲପୁର ବ୍ଳ୍‌କ କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଳ୍‌ାର ବିଭିନ୍ନ ପଦାଧିକାରୀବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଯନ୍ତ୍ରୀ ଏବ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ଶୁଣାଣିରେ ଜିଲ୍ଳ୍‌ାପାଳଙ୍କୁ ସହଯୋଗ ପ୍ରଦାନ କରିଥିଲେ ।

Related Posts

About The Author

Add Comment