ଯାଜପୁର, ୨୦.୭.୨୩//ସନ୍ଧାନ ନ୍ୟୁଜ: ଏହିକି, ଯାଜପୁର ଜିଲ୍ଲାକୁ “ବେଦାନ୍ତ” ଫାଉଣ୍ଡେସନ୍ ତରଫରୁ ସ୍କୁଲ୍ ଘର ପାଇଁ ୪କୋଟି ଟଙ୍କା ଜିଲ୍ଲାପାଳଙ୍କ ପାଖରେ ଜମାଦିଆଯାଇଥିଲା । ସେଥିରୁ ଜିଲ୍ଳାପାଳ ୪ଟି ହାଇ ସ୍କୁଲ୍କୁ ଯଥା- ଯାଜପୁର ଜିଲ୍ଲା ହାଇସ୍କୁଲ୍, ହରିସାମନ୍ତ ହାଇସ୍କୁଲ, ଦଶରଥପୁର ହାଇସ୍କୁଲ୍, କବିରପୁର ହାଇସ୍କୁଲ୍ କୁ ୧ କୋଟି କରି ପ୍ରତ୍ୟେକ ସ୍କୁଲରେ ଜମା କରାଯାଇଥିଲା । ସରକାରଙ୍କ ତରଫରୁ ମୋ ସ୍କୁଲ୍ ଅଭିଯାନରେ ପ୍ରତ୍ୟେକ ସ୍କୁଲ୍କୁ ୨କୋଟି ଟଙ୍କା କରି ଜମା କଲେ । ଏଣୁ ପ୍ରତ୍ୟେକ ସ୍କୁଲ୍ରେ ୩କୋଟି ଟଙ୍କା ଗଚ୍ଛିତ ହେଲା ।ଉକ୍ତ କାକ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତି ହୋଇ ନେସ୍ନାଲ୍ ପ୍ରୋଜେକ୍ଟ କନ୍ଷ୍ଟ୍ରକ୍ସନ୍ ଲିଃ ଙ୍କୁ ଟେଣ୍ଡର ଦିଆଗା ଏବଂ ସ୍କୁଲ୍ମାନଙ୍କୁ ନିର୍ଦ୍ଦେଶକ ଦିଆଗଲାକି ଉକ୍ତ ଟେଣ୍ଡର ଗ୍ରହୀତାଙ୍କୁ ଟ୯୦୦୦୦/- ଅଗ୍ରୀମ ଦେବାକୁ କୁହାଗଲା ।ପ୍ରକାଶ ଥାଉକି, ଟେଣ୍ଡର ହେଲେ ଟେଣ୍ଡର ଗ୍ରହୀତା ତାର ଅମାନତ ବାବଦକୁ ୧୦% ଜିମା ଦେବା କଥା କିନ୍ତୁ ବିଡ଼ମ୍ବନା ଏହିକି ଟେଣ୍ଡର ଗ୍ରହୀତାକୁ ୩କୋଟି ଟଙ୍କା ୩୦ % ଅଗ୍ରୀମ ଜିମା କରିବାକୁ ପଡ଼ିଲା ଯେହେତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ ଟଙ୍କା ଦେବାକୁ କୁହାଗଲା ଏଥିରେ ପ୍ରତିବାଦ କରିବାକୁ “ମୋ ସ୍କୁଲ୍” ଅଭିଯାନରେ ସମ୍ପୃକ୍ତ ସ୍କୁଲ୍ କମିଟି ଟଙ୍କା ଦେବାକୁ ବାଧ୍ୟ ହେଲା ବୋଲି ଯାଜପୁର ଜିଲ୍ଳା ସ୍କୁଲ୍ର “ମୋ ସ୍କୁଲ୍” ଅଭିଯାନ ସଭାପତି ଶ୍ରୀଯୁକ୍ତ ଦିଗମ୍ବର କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
“ମୋ ସ୍କୁଲ୍” ଅଭିଯାନରେ ଟେଣ୍ଡର ପ୍ରକ୍ରିୟାରେ ଜାଲିଆତି
|
July 20, 2023 |
