ଜେନାପୁର/ ୧୫/୦୫:(ସନ୍ଧାନ ନିଉଜ୍ )ଅଫେରା ରାଇଜରେ ଯାତ୍ରା ନାୟକ ଜୟନ୍ତ ମହାପାତ୍ର । ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଆଉ ତାଙ୍କ ମୃତ୍ୟୁପରେ ବନ୍ଦ ହୋଇଯାଇଥିଲା ନାଟକ । କେବଳ ସାଥି କଳାକାରମାନେ ନୁହେଁ ଦର୍ଶକଙ୍କ ଆଖିରୁ ଝରୁଥିଲା ଲୁହ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ରେଖିଦେଇପୁର ପଞ୍ଚାୟତ ପାଇକରାପୁର ଗ୍ରାମରେ ମା ତାରିଣୀଙ୍କ ଯଜ୍ଞରେ ନାଟକ ମଂଚସ୍ଥ କରୁଥିଲା ଯାତ୍ରା ଦରବାର ଅପେରା ।ରବିବାର ରାତିରେ ନାଟକ ମଞ୍ଚସ୍ଥ ହେବାର ଥିଲା- ଭାଇ ସାତପର ଭାରିଯା ନିଜର । ମେଲୋଡି ଚାଲିଥିଲା ଆଉ କଳାକାରମାନେ ନିଜକୁ ପ୍ରସ୍ତୁତ କରୁଥିଲେ । ଯାତ୍ରାମଂଚକୁ ଯିବା ପାଇଁ ହିରୋ ଜୟନ୍ତ ମହାପାତ୍ର ଆଖଡା ଘରେ ମେକଅପ୍ ନେଉଥିଲେ । ହଠାତ୍ ଅସୁସ୍ଥ ହୋଇ ପଡିଲେ , ଆଉ ତାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇ ଦିଆଗଲା, ଜୟନ୍ତଙ୍କ ଅନୁପସ୍ଥିତି ଯୋଗୁଁ ନାଟକ ବଦଳାଇବାକୁ ପଡିଲା । ଫଗୁଣ ଦେଇଛି ଦୁଃଖ ଛଗୁଣ ନାଟକ ମଂଚସ୍ଥ ହେଲା । ଆଉ ଦର୍ଶକ ବି ସମର୍ଥନ କଲେ । ମାତ୍ର ତିନିଟା ସିନ୍ ପରେ ଖବର ଆସିଲା ଜୟନ୍ତ ମହାପାତ୍ରଙ୍କର ମୃତ୍ୟୁ ଘଟିଛି । ସମସ୍ତେ ସ୍ତବ୍ଧ ହୋଇଗଲେ । ନାଟକ ତ ବନ୍ଦ ହୋଇଗଲା , ଟିକେଟ କାଟି ଯାତ୍ରା ଦେଖୁଥିବା ଦର୍ଶକ ଦୁଃଖରେ କାନ୍ଦି ବି ପକାଇଥିଲେ । ସବୁ କଳାକାର ଆସିଥିଲେ ଜୟନ୍ତଙ୍କ ଶେଷ ଦର୍ଶନ କରିବା ପାଇଁ । ମୃତ ଜୟନ୍ତଙ୍କ ଘର ବାଲେଶ୍ବର ଜିଲ୍ଲାର ରାଜବରହମପୁର ଅଂଚଳରେ । ଆଜି ତାଙ୍କ ମରଶରୀର ନିଜ ଗାଁକୁ ଯାଇଛି, ।
ଯାତ୍ରା କଳାକାର ଙ୍କ ଅକାଳ ମୃତ୍ୟୁ, ଅଧାରୁ ଯାତ୍ରାବନ୍ଦ,
|
May 16, 2023 |
![](https://sandhannews.com/wp-content/uploads/2023/05/IMG_20230515_203629.jpg)