କଟକ ସଦର,୨୧।୩,(ଆପ୍ର) : କଟକ ଜିଲ୍ଲା ସାଲେପୁର ଅଂଚଳର ସର୍ବପୁରାତନ ଶୈବପୀଠ ଚାଟେଶ୍ୱର ମନ୍ଦିର ପରିସରରେ ସମାଜର ଗରିବ,ଅସହାୟ ଏବଂ ସାମାଜିକ ଜନମଙ୍ଗଳ କାର୍ଯ୍ୟକ୍ରମ ପାଇଁ ଏକ ସାମାଜିକ ସଂଗଠନ ଗଠନ ନିମନ୍ତେ ପ୍ରସ୍ତୁତ ବୈଠକ ଯୁବ ପରିବେଶବିତ ସୌମ୍ୟ ରଂଞ୍ଜନ ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସଭାରେ ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ଅଶୋକ ପୁହାଣ,ସାହିତ୍ୟିକ ଚନ୍ଦ୍ରମଣି ଭୂୟାଁ ଯୋଗଦେଇଥିବା ବେଳେ ସାମାଜିକ ସେବା ସଂଗଠନର ନାମ “ସଞ୍ଜିବନୀ ସେବା ସଂଗଠନ” ରଖାଯାଇ ଏହାର ମୁଖ୍ୟ ଉଦେଶ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା l ଉକ୍ତ ପ୍ରସ୍ତୁତ ବୈଠକରେ ଯୁବ ସମାଜସେବୀ ଲିଙ୍ଗରାଜ ବାରିକ, ପରକ୍ଷିତ ଦାସ,ହରିହର ଦାସ,ସିମ୍ପଲି ସାହୁ,ହେମନ୍ତ କୁମାର ସାହୁ,ନୀଳ ମାଧବ ମିଶ୍ର,ସାଗର ପ୍ରଧାନ,ଧନଞ୍ଜୟ ରାଉତ,ରଞ୍ଜନ କୁମାର ନାୟକ, ଆଦିତ୍ୟ ଗିରି,ବିକ୍ରମ କେଶରୀ ନାଥ ପ୍ରମୁଖ ଉପସ୍ଥିତ ରହି ବହୁମୂଲ୍ୟ ମତ ପ୍ରଦାନ କରିଥିଲେ l ମନ୍ଦିର ପରିସରରେ ଅତିଥିଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା l ଯୁବ କବି ତ୍ରିନାଥ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ l
ସାମାଜିକ ସେବା ସଂଗଠନ ନିମନ୍ତେ ପ୍ରସ୍ତୁତ ବୈଠକ
|
March 24, 2023 |



