ଯାଜପୁର ସଦର, ୧୭ା୦୩: ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକରେ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଡାକରା ଦିଆଯାଇଥିବା ବେଳେ, ୧୫ ତାରିଖ ଠାରୁ ଡ୍ରାଇଭର ମାନେ ବିଭିନ୍ନ ବ୍ଲକ ସଦର ମହାକୁମାରେ ଆନ୍ଦୋଳନ ଚଳାଇଥିବାରୁ ଜନସାଧାରଣରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଯାହାକି ଅଖ, ଚକ ଠପ୍ ହୋଇଯାଇଥିବା ବେଳେ, ଯାତ୍ରୀ ମାନେ ଏବଂ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏନେଇ ମହାସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ୧୦ଦଫା ଦାବି ପୁରଣ ଲାଗି ରାଜ୍ୟ ସରକାରଙ୍କ ଉପରେ ଦାବି କରିବାରୁ ରାଜ୍ୟ ସରକାରଙ୍କପକ୍ଷରୁ ୩ମାସ ମଧ୍ୟରେ ସେମାନଙ୍କର ଦାବି ବିଚାରକୁ ନିଆଯିବା ବୋଲି ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦିପ କୁମାର ଜେନା ଲିଖିତ ପ୍ରତିଶୃତୀ ଦେବା ପରେ ଡ୍ରାଇଭର ସଂଘ ଆନ୍ଦୋଳନକୁ ସ୍ଥଗିତ ନରଖି ଧର୍ମଘଟ ପାଇଁ ଡାକରା ଦେଲେ, ଯାହାକି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକ ନିକଟରେ ୫ହଜାରରୁ ୬ହଜାର ଡ୍ରାଇଭର ଏକତ୍ରିତ ହୋଇ ଧାରଣାରେ ବସିଥିଲେ । ଅଡିଓ ପବ୍ଲିକରେ ଭାଇରାଲ ହେବାରୁ ମରିବା ନହେଲେ ମାରିବା ଡାକରା ଦେବାରୁ ଯାଜପୁର ଜିଲ୍ଲା ଏସପି ଭିନତ ଅଗ୍ରୱାଲ ୧୦ ପ୍ଲାଟୁନ ଫୋର୍ସ ସହିତ ଚଣ୍ଡିଖୋଲ ଠାରେ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ଉପରେ ତିକ୍ଷ୍ଣ ନଜର ରଖିଥିଲେ । କୌଣସି ଅଘଟଣ ନକରାଯିବା ପାଇଁ ଜିଲ୍ଲା ଏସପି ଭିନିତ ଅଗ୍ରୱାଲ ଦୃଷ୍ଟି ଦେବା ସହିତ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରିଥିଲେ । ଯାହାକି ପୋଲିସ ଫୋର୍ସ ମାନଙ୍କୁ ଦେଖି ଡ୍ରାଇଭର ସଂଘ ଛତ୍ର ଭଙ୍ଗ ଦେଇଥିଲେ । ଏବଂ ସ୍ୱାଭାବିକ ଭାବରେ ଗାଡ଼ି ମଟର ଚଳାଚଳ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବିଭିନ୍ନ ଡ୍ରାଇଭରଙ୍କ ହାତରେ ଠେଙ୍ଗା ରହିଥିବା ଦେଖିବାକୁ ମିଳିଥିଲା । ଏହି ଅଡିଓ ଭାଇରାଲ ହୋଇଥିବାରୁ ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବ ବୋଲି ଯାଜପୁର ଜିଲ୍ଲା ଏସପି ଭିନିତ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଡ୍ରାଭର ସଂଘ ପକ୍ଷରୁ ଆସନ୍ତା କାଲି ଠାରୁ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ଦିଆଯାଇଥିଲା । ୩ମାସ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦାବୀକୁ ବିଚାରକୁ ନେବେ ବୋଲି ମୁଖ୍ୟଶାସନ ସଚିବ ପ୍ରଦିପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ପରିବହନକୁ ସାହାଯ୍ୟ କରିବା ପାଇଁ ଡ୍ରାଇଭର ମାନଙ୍କୁ ନିବେଦନ କରିଥିଲେ । ଶାନ୍ତି ଶୃଙ୍ଖଳା ସହିତ ଯାଜପୁର ଜିଲ୍ଲାର ଥାନା ଅଧିକାରୀ ମାନେ ଉପସ୍ଥିତ ରହି ଗାଡ଼ି ମଟର ଗୁଡ଼ି ସ୍ୱାଭାବିକ ଭାବେ ଯାତାୟତ କରିଥିଲେ । ଏନେଇ ଏସପିଙ୍କୁ ଜନ ସାଧାରଣ ତାଙ୍କ ପକ୍ଷରୁ କୃତଜ୍ଞତା ଜଣାଇବା ସହିତ ଜିଲ୍ଲା ଏସପି ଧନ୍ୟବାଦ ଦେଇଥିଲେ ।
ଯାଜପୁର ଜିଲ୍ଲାରେ ଡ୍ରାଇଭର ମହାସଂଘ ପକ୍ଷରୁ ୩ଦିନ ଧରି ଅନ୍ଦୋଳନ
|
March 21, 2023 |
