ଭାରସାମ୍ୟ ହରାଇ ଘାଟିକୁ ଓଲଟିଲା ଯାତ୍ରୀବାହୀ ବସ୍, ୧୦ଗୁରୁତର
ଭାରସାମ୍ୟ ହରାଇ ଘାଟିକୁ ଓଲଟିଲା ଯାତ୍ରୀବାହୀ ବସ୍, ୧୦ଗୁରୁତର
Manas Kumar Rout |
October 15, 2018 |
ମାଲକାନଗିରି,୧୫/୧୦(ସନ୍ଧାନ ନିୟୁଜ): ମାଲକାନଗିରିରେ ସୋମବାର ଅପରାହ୍ନରେ ଏକ ଯାତ୍ରୀବାହୀ ଘରୋଇ ବସ ଭାରସାମ୍ୟ ହରାଇ ବୈପାଲିଗୁଡ଼ା-ଗୋବିନ୍ଦପାଲି ଘାଟି ନିକଟରେ ଓଲଟି ପଡ଼ିଛି। ଏଥିରେ ଥିବା ୪୦ଜଣ ଯାତ୍ରୀଙ୍କ ମଧ୍ୟରୁ ୨୫ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟଲୋକେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରୁ ଦୌଡ଼ି ଆସି ଆହତ ଓ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ସହିତ ଗୋବିନ୍ଦପାଲି ହସ୍ପିଟାଲର ନେବାର ବନ୍ଦୋବସ୍ତ କରିଥିଲେ। ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି।
ସୂଚନାଯୋଗ୍ୟ, ୪୦ଜଣ ଯାତ୍ରୀଙ୍କୁ ଧରି ଆସି ଅପରାହ୍ନରେ ମହାବାହୁ ନାମକ ଏକ ଘରୋଇ ବସ ଜୟପୁରରୁ ଚିତ୍ରକୋଣ୍ଡା ଆସୁଥିଲା। ଏହି ସମୟରେ ବସ୍ଟି ବୈପାଲିଗୁଡ଼ା-ଗୋବିନ୍ଦପାଲି ଘାଟି ନିକଟରେ ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡ଼ିଥିଲା। ଏଥିରେ ବୃଦ୍ଧା-ବୃଦ୍ଧ ସମେତ ମହିଳା, ଯୁବକ ଓ ଶିଶୁଙ୍କୁ ମିଶାଇ ପ୍ରାୟ ୪୦ରୁ ଊର୍ଧ୍ୱ ଯାତ୍ରୀ ଥିବା ଜଣାପଡ଼ିଛି।
Related Posts
About The Author