ଶିକ୍ଷୟତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ

Spread the love

ଯାଜପୁର ସଦର, ୦୫ା୦୨: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡାସ ବ୍ରାହ୍ମଣୀ ବ୍ରିଜ ଉପରେ ଜଣେ ଶିକ୍ଷୟତ୍ରୀଙ୍କୁ ଦୃବୁର୍ତ୍ତ ମାନେ ଅପହରଣ କରିବାକୁ ଚେଷ୍ଟା କରିଥିବା ବେଳେ, ଦୃବୁର୍ତ୍ତ ମାନଙ୍କ କବଳରୁ ଉଦ୍ଦାର ପାଇ ଯାଜପୁର ଜିଲ୍ଲା ରସୁଲପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ କଳ୍ପନା ସାହୁ ସ୍କୁଲକୁ ଗତକାଳି ଆସୁଥିବା ବେଳେ, କେତେକ ଯୁବକ ଟଣା ଓଟରା କରିବା ସହିତ ଶିକ୍ଷୟତ୍ରୀ କଳ୍ପନାକୁ ଅପହରଣ କରିନେଇଯିବାକୁ ଚେଷ୍ଟା କରିଥିଲେ । ଶିକ୍ଷୟତ୍ରୀ କଳ୍ପନା ପାଟି କରିବାରୁ ଘଟଣା ସ୍ଥଳରେ ଲୋକମାନେ ପଂହଞ୍ôଚ ଯିବାରୁ ଦୃବୁର୍ତ୍ତମାନେ ଶକ୍ଷୟତ୍ରୀଙ୍କୁ ଛାଡ଼ି ଚମ୍ପଟ ମାରିଥିଲେ । ଏନେଇ ଶିକ୍ଷୟତ୍ରୀ କଳ୍ପନା ସାହୁ ପକ୍ଷରୁ ବ୍ରହ୍ମବରଦା ଥାନାରେ ଏତଲା କରାଯାଇଚି । ଏତଲାକୁ ଭିତିକରି ବ୍ରହ୍ମବରଦା ଥାନା ପୋଲିସ ତଦନ୍ତ କରୁଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ସଦର ଥାନା ଖଣ୍ଡାସ ଗ୍ରାମର ବିଷ୍ଣୁ ଚରଣ ମହାନ୍ତିଙ୍କ ପୁଅ ଗିରିଜା ଶଙ୍କର ମହାନ୍ତି ଶିକ୍ଷୟତ୍ରୀ କଳ୍ପନା ଭାଇ ଆସୁଥିବା ବେଳେ, ଗିରିଜା ଶଙ୍କର ର ଲୋକମାନେ ଏବଂ ଗିରିଜା ଶଙ୍କର କଳ୍ପନାଙ୍କ ଭାଈଙ୍କୁ ମାଡ଼ ମାରିଥିଲେ । ଗିରିଜା ଶଙ୍କର କଳ୍ପନାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ ଏବଂ କଳ୍ପନାର ବେକରୁ ଏକ ସୁନାଚେନ ଛିଣ୍ଡାଇ ନେଇଥିବା ଶିକ୍ଷୟତ୍ରୀ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାରମ୍ବାର ଗିରିଜା ଶିକ୍ଷୟତ୍ରୀ କଳ୍ପନାଙ୍କୁ ହଇରାଣ କରୁଥିବା ବେଳେ, ଏନେଇ ପୂର୍ବରୁ ସଦର ଥାନାରେ ଅଭିଯୋଗ କରାଯାଇଥିଲା । ସଦର ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାନଯିବାରୁ ଗିରିଜା ଶଙ୍କର ଦୌରାତ୍ମମ୍ୟ କଳ୍ପନା ବିଦ୍ୟାଳୟକୁ ଆସିବା ପାଇଁ ଡରୁଥିଲେ । ଏନେଇ ବ୍ରହ୍ମବରଦା ଥାନା ଅଧିକାରୀ ଏସ ଦାଶରଥି ପାତ୍ର ତଦନ୍ତ କରାଯାଉଚି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment