ଦୁଇ ଦିନ ଅଚଳ ହୋଇଯିବ ଇଣ୍ଟରନେଟ୍‌!

Spread the love

ନୂଆଦିଲ୍ଲୀ13/10(ସନ୍ଧାନ ନିୟୁଜ): ଆସନ୍ତା ୪୮ ଘଣ୍ଟା ଇଣ୍ଟରନେଟ୍ ଅଚଳ ‌େହାଇଯିବ। ଏଭଳି ଏକ ରିପୋର୍ଟ ରୁଷିଆ ଟୁଡେରେ ପ୍ରକାଶ ପାଇବା ପରେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ସର୍ଭର୍‌ରେ ରକ୍ଷଣାବେକ୍ଷଣ ଓ ମରାମତି କାମ ଚାଲିବ। ସେଥିପାଇଁ ଇଣ୍ଟରନେଟ୍ ସେବା ବ୍ୟାହତ ହେବ ଓ ଲୋକମାନେ ୱେବ୍‌ ପେଜ୍ ଖୋଲିବା ଓ ବିଭିନ୍ନ ପ୍ରକାର କାରବାର କରିବାରେ ଅସୁବିଧା ସାମ୍ନା କରିବେ ବୋଲି ରିପୋର୍ଟରେ ଲେଖାଯାଇଛି। ଜାତୀୟ ସାଇବର୍‌ ନିରାପତ୍ତା ସଂଯୋଜକ ଗୁଲ୍‌ସନ୍ ରାୟ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ‌ଭାରତରେ ‌େସଭଳି କୌଣସି ସମସ୍ୟା ଦେଖାଦେବ ନାହିଁ ବୋଲି ସେ କହିଛନ୍ତି। ଏକ ଗଣମାଧ୍ୟମ ସହ କଥାବାର୍ତା ବେଳେ ଶ୍ରୀ ରାୟ କହିଛନ୍ତି ଯେ, ଇଣ୍ଟରନେଟ୍ ଅଚଳ ହୋଇଯିବ ବୋଲି ଯାହା ପ୍ରଚାର କରାଯାଉଛି, ‌େସଭଳି କିଛି ହେବ ନାହିଁ। ଆମେ ସବୁ ପ୍ରକାର ବ୍ୟବସ୍ଥା କରିସାରିଛୁ। ରୁଷିଆ ଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟରେ ଲେଖାଯାଇଛି ଯେ, ‌ବିଶ୍ବରେ ବୃଦ୍ଧି ପାଉଥିବା ସାଇବର୍‌ ଆକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଡୋମେନ୍ ନାମ ବ୍ୟବସ୍ଥା (ଡିଏନ୍‌ଏସ୍‌)କୁ ସୁରକ୍ଷିତ ରଖିବାକୁ ଗୁରୁତ୍ବପୂର୍ଣ୍ଣ ମରାମତି କାର୍ଯ୍ୟ ହେବ। ଡୋମେନ୍ ନାମଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହା ଜରୁରୀ। ଇଣ୍ଟରନେଟ୍ କର୍ପୋରେସନ୍ ଅଫ୍ ଏସାଇନ୍‌ଡ ନେମ୍ ଆଣ୍ଡ୍‌ ନମ୍ବର୍ସ (ଆଇସିଏଏନ୍‌ଏନ୍‌) ପକ୍ଷରୁ ଏହି ମରାମତି କାର୍ଯ୍ୟ କରାଯିବ। ‌ଏ ସଂକ୍ରାନ୍ତରେ ଆଇସିଏଏନ୍‌ଏନ୍‌ ସହିତ ସମ୍ପର୍କ କରାଯିବା ପରେ ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବ୍ୟବହାରକାରୀଙ୍କ ଉପରେ ବହୁତ କମ୍ ପ୍ରଭାବ ପଡ଼ିବ। ଥରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ ହେବା ପରେ ୨୦ ଘଣ୍ଟା ପର୍ଯ୍ୟନ୍ତ ତାହା ଚାଲିବ। ଏହି କାମ କିଭଳି ସୁରୁଖୁରୁରେ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ବିଭ୍ରାଟର ‌ବହୁତ କମ୍ ପ୍ରଭାବ ରହିବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ଇଣ୍ଟରନେଟ୍ ସେବାରେ କ୍ରିପ୍‌ଟୋ‌ଗ୍ରାଫିକ୍୍‌ କି’ ହେଉଛି ଗୁରୁତ୍ବପୂର୍ଣ୍ଣ। ଏହା ଇଣ୍ଟରନେଟ୍‌ ଡୋମେନ୍ ନାମକୁ ସୁରକ୍ଷା ପ୍ରଦାନ କରିଥାଏ। ସେହି କି’କୁ ଅପ୍‌ଗ୍ରେଡ୍ କରାଯିବ ବୋଲି ଆଇସିଏଏନ୍‌ଏନ୍ ପକ୍ଷରୁ ୨୦୧୬ ଜୁଲାଇରେ ଘୋଷଣା କରାଯାଇଥିଲା। ଗତକାଲି ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସତ୍ତ୍ବେ ଆଜି ଇଣ୍ଟରନେଟ୍ ସେବାରେ ସେଭଳି କୌଣସି ବଡ଼ ଧରଣର ପ୍ରତିବନ୍ଧକ ସୃଷ୍ଟି ହୋଇନାହିଁ।

Related Posts

About The Author

Add Comment