ସମ୍ବଲପୁର ୨୪/୧୨ (ସନ୍ଧାନ ନିୟୁଜ) ଜିଲ୍ଲା ର କୁଚିଣ୍ଡା,ବାମରା ଏବଂ ଯୁଯୋମୁରା ବ୍ଲକ ର ୧୨ ଟି ସ୍ଵୟଂ ସହାୟକ ଗୋଷ୍ଠୀର “ମା” ମାନଙ୍କୁ ମିଳି ନାହିଁ ତାଙ୍କର ପ୍ରାପ୍ୟ,ସରକାର ବର୍ତ୍ତମାନ ସମୟ ରେ ମହିଳା ଶଶକ୍ତିକରଣ ନାମରେ ଅନେକ ଉନ୍ନତ ମୂଳକ କାର୍ଯ୍ୟ କରୁଥିଲେ ମଧ୍ୟ ସମ୍ୱଳପୁର ଜିଲ୍ଲା ର ଏହି ତିନୋଟି ବ୍ଲକ ରେ ଫେଲ୍ ମାରିଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ଗତ ୨୦୨୦/୨୧ ଖରିଫ ଋତୁରେ ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଚାଷୀ ଙ୍କ ଠୁ ଧାନ କିଣିବା ପାଇଁ ଅନୁମତି ଦେଇଥିଲେ ଫଳରେ କୁଚିଣ୍ଡା,ବାମରା ଓ ଜୁଯୋମୁରା ବ୍ଲକ ଅଞ୍ଚଳ ର ବାର ଟି ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ ପାରିବାରିକ ସମସ୍ୟା କୁ ଅଣ ଦେଖା କରି ଦୁଇ ପଇସା ଲାଭ ପାଇବା ଆଶା ରେ ଦୁଇ ତିନି ମାସ ଅକ୍ଲାନ୍ତ ପରିଶ୍ରମ କରି ଧାନ କ୍ରୟ କରିଥିଲେ। କିନ୍ତୁ ବିଡମ୍ବନା ର ବିଷୟ ଏହା ଯେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର ଲାଭାଂଶ ୬୧ ଲକ୍ଷ୍ୟ ୮ହଜାର ଦୁଇ ଶହ ଆଠ ଟଙ୍କା ଏବେ ପର୍ଯ୍ୟନ୍ତ ପାଇ ନାହାନ୍ତି। ଏ ଅଫିସ ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ କୁଚିଣ୍ଡା ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ବୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି।ତାଙ୍କର ଏ ହକ୍ ଦାବି ପୂରଣ ପାଇଁ କୁଚିଣ୍ଡା ଆମ୍ ଆଦମୀ ପାର୍ଟି ସହଯୋଗ ର ହାତ ବଢ଼ାଇ ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ସହିତ ଧାରଣା ରେ ବସିଛନ୍ତି। ଏଇ ଘଟଣା ରୁ ସରକାର ଙ୍କ “ମା” ମାନଙ୍କ ପ୍ରତି କେତେ ସମ୍ମାନ ରହିଛି ତାହା ସ୍ପଷ୍ଟ ଜଣା ପଡୁଛି,ଫଳରେ ଶୋଭା ସ୍ଵୟଂ ସହାୟକ ଗୋଷ୍ଠୀ, ପୂଜା ସ୍ଵୟଂ ସହାୟକ ଗୋଷ୍ଠୀ, ଜଟିଆବୁଢ଼ାସ୍ଵୟଂ ସହାୟକ ଗୋଷ୍ଠୀ, ଦିବ୍ୟ ଭାରତ ସ୍ଵୟଂ ସହାୟକ ଗୋଷ୍ଠୀ ଏପରି ୧୨ ଟି ଗ୍ରୁପ୍ ର ମହିଳା ମାନେ ଏବେ ଆମ୍ ଆଦମୀ ପାର୍ଟି ସହଯୋଗ ରେ ତାଙ୍କ ଲାଭାଂଶ ପାଇବା ଆଶାରେ ଉପ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ଧାରଣା ରେ ବସିଛନ୍ତି।ଦେଖାଯାଉ ପ୍ରଶାସନ ଏଇ “ମା”ମାନଙ୍କ ଗୁହାରି କେବେ ଶୁଣୁଛନ୍ତି।
ସ୍ଵୟଂ ସହାୟକ ଗୋଷ୍ଠୀ ର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ବୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା
|
December 25, 2022 |
