ସୁନ୍ଦରଗଡ ଜିଲ୍ଲାର ଗାଁ ଗାଁ ରେ ହକି ଖେଳରେ ଉତ୍ସବ

Spread the love

ସୁନ୍ଦରଗଡ଼ ତା:୭/୧୨/୨୦୨୨(ସନ୍ଧାନ ନିଉଜ/ ରାଜୁ ପଟେଲ )ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଉତ୍ସବମୁଖର ହୋଇଉଠିଛି। ଭାରତୀୟ ହକିକୁ ବିଶେଷ ଅବଦାନ ଦେଇଥିବା ବାଲିଶଙ୍କରା ବ୍ଲକ ସଉନାମରା ଗାଁରୁ ଆଜି ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ଗାଁରୁ ସହର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁନ୍ଦରଗଡ଼ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସଉନାମରା ଗାଁର ପୁଅ ତଥା ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲିପ ତିର୍କୀ ଏବଂ ଗାଁର ଝିଅ ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀଶଙ୍କର ଭୋଇ, ବଣାଇଁ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଯୋଗ ଦେଇଥିଲେ।ସେହିପରି ସୁନ୍ଦରଗଡ଼ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କମଲ ଲାକ୍ରା, ଏସପି ଶ୍ରୀମତୀ ସାଗରିକା ନାଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଯୋଗ ଦେଇଥିଲେ।ସଉନାମରା ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ଓ ପୁରୁଷ ଉଭୟ ବର୍ଗରେ ବନ୍ଧୁତ୍ୱପୂର୍ଣ୍ଣ ହକି ଟୁର୍ଣ୍ଣାମେଣ୍ଟ କରାଯାଇଥିଲା। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ୮୦୦ରୁ ଅଧିକ ଟିମ ହକି ଲାଗି ଏବଂ ୧୧୦୦ରୁ ଅଧିକ ଟିମ ଫୁଟବଲ ଲାଗି ପଞ୍ଜୀକରଣ କରିଛନ୍ତି।

Related Posts

About The Author

Add Comment