ଯାଜପୁର ସଦର, ୨୧ା୧୧: ଯାଜପୁର କୋରେଇ ଷ୍ଟେସନରେ ଝାଡ଼ଖଣ୍ଡରୁ ଏକ ଖାଲି ମାଲବାି ଟ୍ରେନ ଆସୁଥିବା ବେଳେ, କୋରେଇ ଷ୍ଟେସନରେ ଆଜି ସକାଳ ୬.୪୫ ମିନିଟରେ ମାଲବାହି ଟ୍ରେନଟି ଷ୍ଟେସନରେ ଅପେକ୍ଷା କରିଥିବା ବିଶ୍ରାମଗାରକୁ ଦୃତଗତିରେ ରେଲୱେ ଟ୍ରାକରୁ ମାଡ଼ିଯିବାରୁ ୮ଟି ବଗି ନଷ୍ଟ ହେବା ସହିତ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଚି । ଘଟଣାୁ ପ୍ରକାଶ ଯେ, ଝାଡ଼ଖଣ୍ଡରୁ ଛତ୍ରପୁରକୁ ଯିବା ପାଇଁ ଆସୁଥିବା ବେଳେ, ବଗିର କବାଟ ଗୁଡ଼ିକ ନିମ୍ନମାନର ହୋଇଥିବାରୁ ବଗିର ଏକ କବାଟ ଟ୍ରାକମାଡ଼ ହେବାରୁ ମାଲବାହୀ ଟ୍ରେନଟି ସ୍ପିଡ଼ଥିବାରୁ ଟିକେଟ କାଉଣ୍ଟର ଉପରକୁ ମାଡ଼ିଯାଇଥିଲା । ଯାହା ଫଳରେ କୋରେଇ ବ୍ଲକର ଛଚିନ୍ଦ୍ରା ଗ୍ରାମର ପାର୍ବତୀ ବିନ୍ଧାଣୀ ଏବଂ ତାଙ୍କ ଝୀଅ କଣ୍ଢେଇ ବିନ୍ଧାଣୀ କଟକ ଯିବାପାଇଁ ଷ୍ଟେସନରେ ଅପେକ୍ଷା କରିଥିଲେ । ମାଲବାହୀ ଟ୍ରେନଟି ମାଡ଼ିଯିବା ଫଳରେ ମା ଝୀଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ମହିଳାଙ୍କର ମୃତ ହୋଇଥିବା ଜଣାଯାଇଚି । ଖବର ପାଇଁ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଞ୍ôଚ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାର ବେଳେ, ଏହ ଟ୍ରେନ ଦୃଘଟଣାରେ ୪ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଚି । ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଞ୍ôଚଥିବା ବେଳେ, ତଦନ୍ତ କରାଯାଉଚି । ପ୍ରତେକ୍ଷଦର୍ଶୀ କହିବା ଅନୁଯାଇ ଟ୍ରେନଟି ଦୃତଗତିରେ ଥିବା ବେଲେ, ବଗିର କବାଟ ଖୋଲିଯିବାରୁ ବିସ୍ଫୋରକ ଶଦ୍ଦ ହେବା ସହିତ ଟ୍ରାକରେ ମାଡ଼ ହୋଇ ଟ୍ରେନ ଡବା ଗୁଡ଼ିକ ଯାତ୍ରୀ ବିଶ୍ରାମାଗାରକୁ ମାଡ଼ିଯାଇଥିଲା । ଆହତ ମାନଙ୍କୁ ମେଡିକାଲରେ ଚିକିତ୍ସିତ କରାଯାଉଥିବା ବେଳେ, ଘଟଣା ସ୍ଥଳରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ତଦନ୍ତ ପାଇଁ ନିର୍ଦ୍ଦେଷ ଦେଇଥିଲେ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ଘଟଣା ସ୍ଥଳକୁ ଯାଇଥିବା ବେଳେ, କିପରି ଟ୍ରେନଟି ଦୃଘଟଣା ହେଲା ତାହାର ତଦନ୍ତ କରାଯାଉଚି । ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଚି । କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳବାହୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣମ୍ବ ୫ଲକ୍ଷ ଟଙ୍କା ମୃତ ପରିବାରକୁ ଘୋଷଣା କରିଥିବା ଏବଂ ଗୁରୁତର ହୋଇଥିବା ଆହତ ମାନଙ୍କୁ ୧ ଲକ୍ଷ ଟଙ୍କା ଏବଂ ଆଶିଂକ ଗୁରୁତର ହୋଇଥିବା ଆହତ ମାନଙ୍କୁ ୨୫ ହଜାର ଟଙ୍କାର ସହାୟତ ରାଶି ଘୋଷଣା କରାଯାଇଚି । ରେଳ ବିଭାଗ ପକ୍ଷରୁ ୮ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ, ୨ଟି ଟ୍ରାକ ମରାମତି କରାଯାଉଥିବାରୁ ୧୨ ଘଣ୍ଟା ଲାଗିବ ବୋଲି ଜେଏସ ସୂଚନା ଦେଇଛନ୍ତି । ମୃତ ପରିବାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଦାବି କରାଯାଇଥିବା ବେଳେ, ତାଙ୍କ ପରିବାରରୁ ଜଣଙ୍କୁ ଚାକିରୀ ଦେବାପାଇଁ ଦାବି କରାଯାଇଚି । ମୃତ ମହିଳାଙ୍କ ସ୍ୱାମୀ ଭିନ୍ନକ୍ଷମ ହୋଇଥିବା ବେଳେ, ପାର୍ବତୀ ବିନ୍ଧାଣୀଙ୍କ ୨ ଝୀଅ ଏକ ପୁଅ ଥିବା ଜଣାଯାଇଚି । ରିପୋର୍ଟ ଲେଖାହେଲା ବେଳକୁ ରେଳବାହୀ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଏବଂ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଚି ।
ମାଲବାହୀ ଟ୍ରେନ ଦୃଘଟଣା ହେବାରୁ ୩ ଜଣ ମୃତ ୪ ଆହତ
|
November 23, 2022 |



