ସମ୍ବଲପୁର ତା ୨୧/୧୧/୨୦୨୨ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ଯୁଯୁମୁରା ବ୍ଲକ ଅନ୍ତର୍ଗତ ଦେଦରନୂଆଁପାଲି ଗ୍ରାମରେ ମାର୍ଗଶୀର ମାସର କୃଷ୍ଣପକ୍ଷ ଏକାଦଶୀରେ ଗୀତାପାଠ, ସତସଙ୍ଗ ଓ ବାରସ୍କନ୍ଦ ପାଠ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଗ୍ରାମବାସୀ ଓ ଅନେକ ଦୁର ଦୁରାନ୍ତରୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦାନ କରି ପ୍ରଭୁ କୃପା ଲାଭ କରିଥିଲେ।ଦିର୍ଘ ଛଅ ବର୍ଷ ହେବ ଏହି ଉତ୍ସବ ପାଳନ ହେଉଥିବାବେଳେ ଆସନ୍ତା ବର୍ଷ ଏହାକୁ ଧୁମ୍ ଧାମ ସହ ପାଳନ କରାଯିବ ବୋଲି ଆୟୋଜକ ମାନେ କହିଛନ୍ତି। ତେଣୁକରି ଆସନ୍ତା ବର୍ଷ ଶ୍ରଦ୍ଧାଳୁ ଭକ୍ତମାନେ ଅଧିକରୁ ଅଧିକ ଆସିବା ପାଇଁ ନିମନ୍ତ୍ରଣ ସହ ନିବେଦନ କରିଛନ୍ତି। ଏହି ଉତ୍ସବ ସକାଳୁ ୬ ଟାରୁ ଆରମ୍ଭ ହୋଇ ୪ଟାରେ ସମାପ୍ତ ହୋଇଥିଲା ଏବଂ ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ।
ଦେଦରନୂଆଁପାଲି ଗ୍ରାମରେ ଗୀତାପାଠ, ସତସଙ୍ଗ ଓ ବାରସ୍କନ୍ଦ ପାଠ ଅନୁଷ୍ଠିତ
|
November 21, 2022 |



