ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଟଙ୍କା ଗଲା କୁଆଡ଼େ

Spread the love

ଯାଜପୁର ସଦର, ୧୭ା୧୦: ଯାଜପୁର ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରଖିଥିବା ବେଳେ, ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ମହିଳା ମାନଙ୍କୁ ଋଣ ଯୋଗାଉଥିବା ବେଳେ, ମିଶନଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ତାଲିମ ଦେବା ସହିତ ସ୍ୱାବଲମ୍ବି କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ କାର୍ଯ୍ୟ କରିଆସିଛନ୍ତି । ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅତଲାପୁର ପଂଚାୟତରେ । ମିଶନ ଶକ୍ତି ବାଟବଣା ହୋଇଥିବା ବେଳେ, ଏହି ପଂଚାୟତରେ କାର୍ଯ୍ୟ କରୁଥିବା ୫୬ ଟି ସ୍ୱୟଂ ସହାୟକ ଗୋଷ୍ଠି, ଏସ୍‌ଜି ସଭାନେତ୍ରୀ, ସଭାପତି ମାଷ୍ଟର ବୁକ କିପରି ଏମବିକେ, ପାର୍ବତୀ ସେଠୀଙ୍କ ନାମରେ ଅର୍ଥ ବାଟମାରଣା ଅଭିଯୋଗ ମହିଳା ମାନେ ଆଣିଛନ୍ତି । ୭ ଦିନିଆ ତାଲିମ ଦେବା ଗୋଷ୍ଠୀଙ୍କ ପାଇଁ ମୋବାଇଲ କିଣାହେବା ଅର୍ଥକୁ ହେରଫେର କରାଯାଇଚି । ଏନେଇ ରସୁଲପୁର ବ୍ଲକ ବିଡ଼ିଓ ଅବନିକାନ୍ତ ସାହୁଙ୍କ ନିକଟରେ ଅଭିଯୋଗ କରାଯାଇଚି । ଏହା ଆଗରୁ ମାମଲା ଥାନାକୁ ଯାଇଥିବା ବେଳେ, ଆପୋଷ ସମାଧାନ କରାଯିବା ପରେ ଏହା ତୁଟିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଗ୍ରାମ ପଂଚାୟତ ଫ୍ରେଡେସନ ସଂଘ ଜମାଖାତାକୁ ୫୭ହଜାର ଟଙ୍କା ଆସିଥିଲା । ଏହି ଟଙ୍କା ସଂୟ ସହାୟକ ଗୋଷ୍ଠିର ୫୬ ଟି ଗୋଷ୍ଟିର ପ୍ରତ୍ୟେକ ମହିଳା ମାନଙ୍କ ମୁଣ୍ଡପିଛା ୨୫ ଟଙ୍କା ଆକାରରେ ଆସିଥିଲା । ନିୟମ ଅନୟାଇ ତାଲି ଶିବିର କରାଯାଇ ନଥିବା ବେଳେ, ନାମକୁ ମାତ୍ର ୨ଟି ତାଲିମ ଶିବିର ଆୟୋଜନ କରାଯାଇ ଆସିଥିବା ୨୨ ହଜାର ୯ଶହ ଟଙ୍କ ଜମାଖାତାରୁ ଉଠାଣ ହୋଇଥିଲା । ବାକିଥିବା ଟଙ୍କା ଉଠାଯାଇନଥିଲା । ଏହି ଟଙ୍କାକୁ ଏମବିକେ ନିଜ ପାଖରେ ରଖିଥିବା ବେଳେ, ମହାସଂଘର ସଭାନେତ୍ରୀ କାଦମ୍ବିନୀ ସେଠୀଙ୍କୁ ପଚାରିବରୁ ଏଟଙ୍କା ବାଣ୍ଟିଦେବା ବୋଲି କହିଥିଲେ । ସଭାନେତ୍ରୀ ସମ୍ପାଦିକା ଏହାକୁ ବିରୋଧ କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଗଣ୍ଡଗୋଳ ହୋଇ ଉଗ୍ରରୁପ ଧାରଣ କରିଥିଲା । ଏମବିକେଙ୍କ ପକ୍ଷରୁ ଥାନାରେ ଅଭିଯୋଗ ଦର୍ଶାଇଥିଲେ । ଏହି କାର୍ଯ୍ୟ କଳାପକୁ ନେଇ ମହିଳାଗୋଷ୍ଠିରେ ତିବ୍ର ଉତ୍ତେଜନା ଦେଖେଦେଇଥିଲା । ଯାହାଫଳରେ ଶନିବାର ୨ଶହରୁ ଉର୍ଦ୍ଧ୍ୱ ମହିଳା ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଦେଖାକରିଥିଲେ । ମହିଳାମାନଙ୍କ ପକ୍ଷରୁ ଏମବିକେକୁ ଦାୟିତ୍ୱରୁ ହଟାଯାଇ ଦୁର୍ନିତୀର ତଦନ୍ତ କରାଯିବା ସହିତ ଅର୍ଥ ତୋଶର ପାତ୍ର କାର୍ଯ୍ୟରେ କାମ କରୁଥିବା ପଂଚାୟତ ସ୍ତରିୟ ଅଧିକାରୀ ମାନଙ୍କ ବିରୋଧରେ ଦାବି କରିଥିଲେ । ବିଡ଼ିଓ ଅଭିଯୋଗକୁ ଗ୍ରହଣ କରିବା ସହିତ ତଦନ୍ତ କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହ ଘଟଣାକୁ ନେଇ ଏମବିକେ ସଠେୀ ସୂଚନା ଦେଇଛନ୍ତି । ମହିଳା ମାନଙ୍କ ପାଇଁ ଆସିଥିବା ଟଙ୍କା ୫ଟି ତାଲିମ କେନ୍ଦ୍ର କରାଯିବା ପାଇଁ ଆସିଥିବା ଟଙ୍କା ୨ଟି ତାଲିମ କେନ୍ଦ୍ର କରାଯାଇଥିବାରୁ ଏଥିପାଇଁ ୨୨ହଜାର ୯ଶହ ଟଙ୍କା ବ୍ୟାଙ୍କରୁ ଉଠାଣ କରିଥିଲେ । ବାକି ତାଲିମ କେନ୍ଦ୍ରକୁ ବନ୍ଦ କରାଯିବାପାଇଁ ଉପରୁ ନିଦ୍ଦ୍ରେ ଆସିଥିଲା । ଏବାବଦକୁ ଆସିଥିବା ଅର୍ଥକୁ ଫେରସ୍ତ କରାଯିବା ପାଇଁ ବ୍ଲକ ପକ୍ଷରୁ ନିର୍ଦ୍ଦେଷ ଦିଆଯାଇଥିଲା । ମହାସଂଘର ସଭାନେତ୍ରୀ ଓ ସମ୍ପାଦିକା ବଳକା ଟଙ୍କାକୁ ଗୋଷ୍ଠୀରେ ବାଣ୍ଟି ଦେବାପାଇଁ କହିଥିଲେ । ଏହି ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ଘଟଣାରେ ସଭାନେତ୍ରୀ ଓ ତାଙ୍କ ଶ୍ୱଶୁର ହସ୍ତକ୍ଷେପ କରିବା ସହିତ ତାଙ୍କୁ ଗାଳି ଗୁଲଜ ଦେବା ଶ୍ରୀମତୀ ସେଠୀ ତାଙ୍କ ପ୍ରତିକ୍ରୀୟାରେ ସୂଚନା ଦେଇଛନ୍ତି । ବ୍ଲକ ତରଫରରୁ ତଦନ୍ତ କରିବା ପାଇଁ ଏସ୍‌ଜି ଗ୍ରୁପ ମହିଳା ଙ୍କ ପକ୍ଷରୁ ଦାବି କରାଯାଇଛି ।

Related Posts

About The Author

Add Comment