ଯାଜପୁର, ୦୨/୧୦ (ଆଦିତ୍ୟ ମହାନ୍ତି/ସନ୍ଧାନ ନିଉଜ) : ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ କଂଗ୍ରେସ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ୍ ର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ଉସôବରେ ମୁଖ୍ୟଅତିଥିବ ଭାବେ ଯାଜପୁର ବିଧାନସଭା ମଣ୍ଡଳୀର ନେତା ସନ୍ତୋଷ ନନ୍ଦ ବକ୍ତାଭାବେ, ନଗର କଂଗ୍ରେସ୍ ସଭାପତି ନାରାୟଣ ସାମନ୍ତ ଯୋଗଦେଇ ଗାନ୍ଧୀଙ୍କ ଜୀବନ ଦର୍ଶନ ଓ ଦେଶ ପାଇଁ ବଳିଦାନ ଉପରେ ଆଲୋଚନା କରିଥିଲେ । ସେହିପରି ଲାଲ୍ ବାହାଦୁର ଶାସ୍ତ୍ରୀ ଭାରତ ବର୍ଷର ବିରଳ ବ୍ୟକ୍ତି ଯାହାଙ୍କର ଶୂନ୍ୟସ୍ଥାନ ଏବେ ମଧ୍ୟ ଶୂନ୍ୟସ୍ଥାନ ହୋଇରହିଯାଇଛି । ମହାତ୍ମା ଗାନ୍ଧି ମାନସିକ ସ୍ତରରେ ଅସିମ ଶକ୍ତିର ଅଧିକାର ବୋଲି ଆଇନ୍ ଷ୍ଟାଇନ୍ କହିଥିଲେ । ଗାନ୍ଧିଜୀ ଜଣେ ରକ୍ତ ମାସ ଶରୀର ମଣିଷ ଏହା ବିଶ୍ୱାସ କରିବା କଷ୍ଟକର ବୋଲି ବ୍ୟକ୍ତ କରିଥିଲେ । ଏହି ଜୟନ୍ତୀ ଉସôବରେ ଦୁର୍ଯ୍ୟୋଧନ ବେହେରା, ଆଲୋକ ବେହେରା, ପ୍ରଶାନ୍ତ ସାହୁ, ଭାସ୍କର ମହାନ୍ତି, ସୁଦିପ୍ତ କର, ପୂର୍ଣ୍ଣଚନ୍ଦ୍ର ଯେନା, ଦିଗାମ୍ବର କର, ବଳଭଦ୍ର ଦାସ, ସଂଗ୍ରାମ ସାହାଣି, ଅକ୍ଷୟ ଶତପଥି, ବିଭୂତି ମହାପାତ୍ର, କପିଳ ଚନ୍ଦ୍ର ଦଳାଇ, ଅମୁଲ୍ୟ ବିଶ୍ୱାଳ, ପରିମଳ ବିଶ୍ୱାଳ, ମାନସ ପଣ୍ଡା, ସନ୍ତୋଷ ସାହୁ, ନକୁଳ ସାହୁ, ବିଦ୍ୟାଧର ବାରିକ, ବିଜୟ ମହାପାତ୍ର, ପ୍ରଦୀପ ବେହୁରିଆ, ଗଦାଧର ଦାସ, ସଂଗ୍ରାମ ଯେନା, କନକଲତା ରାଉତ, ଅରଜିତ୍ ନାୟକ, ଗୋବିନ୍ଦ ସାହୁ ପ୍ରଭୃତି ଉପସ୍ଥିତ ହୋଇ ମାଲ୍ୟାର୍ପଣ କରିଥିଲେ ।
ଜିଲ୍ଲା କଂଗ୍ରେସ୍ କାର୍ଯ୍ୟାଳୟଠାରେ ମହାତ୍ୱା ଗାନ୍ଧି ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ
|
October 2, 2022 |