ରାଇସିନାର ରାଣୀ ଦ୍ରୌପଦୀ ମୁର୍ମୁ;

Spread the love
ଭୁବନେଶ୍ୱର  (ସନ୍ଧାନ ନିଉଜ): ରାଇସିନା ରେସରେ ବାଜି ମାରିଲେ ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଝିଅ ତଥା ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ । ସେ ନିକଟସ୍ଥ ପ୍ରତିଦ୍ବନ୍ଦୀ ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି ।

ପ୍ରଥମ ରାଉଣ୍ଡରୁ ହି ମହାବିଜୟ ମୁହାଁ ହୋଇଥିଲେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ । ଚୂଡାନ୍ତ ଫଳାଫଳ ବି ସେୟା କିଛି ହୋଇଥିଲା । ପ୍ରଥମ ରାଉଣ୍ଡ ଫଳାଫଳରୁ ଦ୍ରୌପଦୀ ରେସରେ ଢେର ଆଗରେ ରହିଥିଲେ । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁ ୫୪୦ ଖଣ୍ଡ ଭୋଟ ହାତେଇ ଆଗରେ ରହିଛଥିଲେ । ଯଶୱନ୍ତ ସିହ୍ନାଙ୍କ ସପକ୍ଷରେ ୨୦୮ ଖଣ୍ଡ ଭୋଟ ରହିଥିଲା ।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ମତଗଣନାରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଛନ୍ତି । ବିଜୟୀ ହେବା ପାଇଁ ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀଙ୍କୁ ତୃତୀୟ ରାଉଣ୍ଡରେ ହିଁ ୫,୭୭,୭୭୭ ମୂଲ୍ୟର ଭୋଟ ମିଳିଛି।

ଦ୍ରୌପଦୀଙ୍କ ବିଜୟରେ ଚାରିଆଡେ ଖୁସିର ମାହୋଲ ଖେଳିଯାଇଛି । ବିଜେପି ସମେତ ତାଙ୍କୁ ସମର୍ଥନ କରିଥିବା ଦଳ ଓ ନେତା ଶୁଭେଚ୍ଛା ଜଣାଇଛନ୍ତି । ବିଜେଡି ଶିବିରରେ ମଧ୍ୟ ଆନନ୍ଦ ଖେଳି ଯାଇଛି ।

Related Posts

About The Author

Add Comment