ଶିକ୍ଷକଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା,

Spread the love

ଜେନାପୁର/୧୮/୦୭/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ)-ଧର୍ମଶାଳା ବ୍ଲକ ମର୍ଜିତାପୁର ସ୍ଥିତ ଶ୍ରୀ ଶ୍ରୀ ହିଙ୍ଗୁଳା ବିଦ୍ୟା ମନ୍ଦିର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ କିଶୋର ଦାଶ୍ ଓ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ନନ୍ଦ ଙ୍କର ଆଜି ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ହିନ୍ଦୀ ଶିକ୍ଷକ ବ୍ରଜବନ୍ଧୁ ଭଞ୍ଜ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶଶଧର ସିଂହ ଓ ମୁଖ୍ୟ ବକ୍ତା ଭାବରେ ସକୁନ୍ତଳାପୁର ଉଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଜନୀକାନ୍ତ ପୃଷ୍ଟି ଯୋଗଦେଇ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଓ ସଂସ୍କୃତ ଶିକ୍ଷକ ଙ୍କର ବିଦ୍ୟାଳୟ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ମାନୀୟ ଅତିଥି ଭାବରେ ବିଦ୍ୟାଳୟ ର ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ମହାରଣା,ପ୍ରମୋଦ କୁମାର ମଲ୍ଲିକ ଙ୍କ ସମେତ ବିଷ୍ଣୁ ଚରଣ ପଣ୍ଡା,ନିଲମ୍ବର ମିଶ୍ର,ଅଧ୍ୟାପକ ମନୋଜ କୁମାର ଧୀର,ବିରେନ୍ଦ୍ର କୁମାର ଶତପଥୀ, ପ୍ରଫୁଲ୍ଲ କୁମାର ପୃଷ୍ଟି, ସଂଦୀପ୍ତ ମହାନ୍ତି,ଯୁଧିଷ୍ଠିର ସ୍ବାଇଁ, ରଘୁନାଥ ବେହେରା,ମର୍ଜିତାପୁର ସରପଞ୍ଚ ବିଜୟ କୁମାର ଦାଶ୍ ପ୍ରମୁଖ ଯୋଗଦେଇଥିଲେ।ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଓ ସହାୟକ ଙ୍କ ସହ ପୁରାତନ ଛାତ୍ର ସଂସଦ ର ଛାତ୍ରଛାତ୍ରୀ ମାନେ ବହୁସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Related Posts

About The Author

Add Comment