ଲଶ୍କର-ଏ-ତଇବା’ର ୩ ଆତଙ୍କବାଦୀ ନିହତ, ସେନାର ସର୍ଚ୍ଚ ଅପରେଶନ ଜାରି

Spread the love

ଶ୍ରୀନଗର,  ୨୬/୦୫ (ସନ୍ଧାନ ନିୟୁଜ): ଜମ୍ମୁ କଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି । ସେନାର ଯବାନମାନେ ଆତଙ୍କବାଦୀ ସଂଗଠନ ‘ଲଶ୍କର-ଏ-ତଇବା’ର ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । କଶ୍ମୀର ଆଇଜିପି ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସେନାର ଯବାନମାନେ କୁପୱାରା ଜିଲ୍ଲା ଜୁମାଗୁଣ୍ଡରେ ପହଞ୍ଚି ଥିଲେ । ଆତଙ୍କବାଦୀମାନେ ସେନାର ଯବାନଙ୍କୁ ଦେଖି ବିଚଳିତ ହୋଇପଡ଼ିଥିଲେ । ସେମାନେ ପ୍ରଥମେ ଗୁଳି ଫୁଟାଇଥିଲେ । ସେନା ଏହାକୁ ମୁକାବିଲା କରିଥିଲା । ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ସେନାକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳି ମିଳିଛି । ରିପୋର୍ଟ ଲେଖାଯିବା ବେଳକୁ ସେନାର ସର୍ଚ୍ଚ ଅପରେଶନ ଜାରି ରହିଛି । ସେନା ଏଠାରେ ଆହୁରି ଆତଙ୍କବାଦୀ ଥିବା ଅନୁମାନ କରୁଛି ।

ଆତଙ୍କବାଦୀମାନେ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛନ୍ତି । ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ଏବେ ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଲଗାତାର ୨ୟ ଦିନରେ ଘାଟିରେ ହିଂସା ଦେଖିବାକୁ ମିଳିଛି । ଦିନକ ପୂର୍ବରୁ ଘାଟିରେ ଆତଙ୍କବାଦୀମାନେ ଜଣେ କନଷ୍ଟେବଳଙ୍କୁ ଟାର୍ଗେଟ କରିଥିଲେ, ଯେଉଁଥିରେ କି ତାଙ୍କର ୯ ବର୍ଷର ଶିଶୁକନ୍ୟା ଆହତ ହୋଇଥିଲା ।

#KupwaraEncounter | All three terrorists were neutralized, affiliated with proscribed terror outfit LeT. Identification being ascertained. Incriminating materials including arms & ammunition recovered: IGP Kashmir

(File pic) pic.twitter.com/TcoqzExQ8Y

— ANI (@ANI) May 26, 2022

Related Posts

About The Author

Add Comment