ଯାଜପୁର, ତା ୧୨ା୪ : ଯାଜପୁର ଜିଲ୍ଳ୍ା ସଂସ୍କୃତି ପରିଷଦ ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଚକ୍ରୱର୍ତ୍ତୀ ସିଂହ ରାଠୋର ଜିଲ୍ଳ୍ାରେ ସଂସ୍କୃତିର ବିକାଶ, ସାଂସ୍କୃତିକ ଦଳ ମାନଙ୍କର ପ୍ରଗତି ଓ କଳାକାର ମାନଙ୍କର ଉନ୍ନତି ପାଇଁ ସଂସ୍କୃତି ପରିଷଦ କାର୍ଯ୍ୟ କରି ଚାଲିଥିବ ବୋଲି କହିଥିଲେ । ଯେ ହେତୁ କରୋନା ପାଇଁ ବିଗତ ୨ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସଂସ୍କୃତି ପରିଷଦର କୈାଣସି କାର୍ଯ୍ୟକ୍ରମ ହୋଇପାରି ନାହିଁ । ତେଣୁ ବର୍ତ୍ତମାନ ଏହି ପରିଷଦକୁ ଆଉ ଗୋଟିଏ ଅବଧି ବୃଦ୍ଧି କରିବା ସହ ସଂସ୍କୃତିକୁ ଆଗେଇ ନେବାକୁ ସେ ବିବିଧ ପ୍ରସ୍ତାବମାନ ଦେଇଥିଲେ । ବିଶେଷ କରି ଯାଜପୁର ସହରର ଗୈାତମ ବୁଦ୍ଧ ସଂସ୍କୃତି ଭବନ ଓ ଯାଜପୁର ରୋଡ ସଂସ୍କୃତି ଭବନ ଠାରେ ପ୍ରତି ସପ୍ତାହରେ ନୃତ୍ୟ, ଗୀତ, ଚିତ୍ରାଙ୍କନ ଇତ୍ୟାଦି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହ ଏଥିପାଇଁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବାକୁ ଜିଲ୍ଳ୍ାପାଳ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ଜିଲ୍ଳ୍ାରେ କଳା ଓ କଳାକାର ଏବଂ ସଂସ୍କୃତିକ ବିକାଶ ପାଇଁ ବିବିଧ ପଦକ୍ଷେପ ନିଆଯାଉଚ୍ଥି । ତେବେ କରୋନା ପାଇଁ ସବୁ କିଚ୍ଥି ବନ୍ଦ ଥିବାବେଳେ ପୁଣି ନୂଆ ଭାବେ ସମସ୍ତଙ୍କ ସହଯୋଗରେ ଏହାକୁ ଅଧିକ ଋଦ୍ଧିମନ୍ତ କରିବାକୁ ସେ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ଜିଲ୍ଳ୍ା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧନ ମଲ୍ଳ୍ିକ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ, ଗୈାତମ ବୁଦ୍ଧ ସଂସ୍କୃତି ଭବନର ପୁନରୁଦ୍ଧାର କାର୍ଯ୍ୟ ସରିଥିବାରୁ ଏହାର ସଂରକ୍ଷଣ ଦେୟ ବୃ୍ଦ୍ଧି ପାଇଁ ସଂସ୍କୃତି ପରିଷଦର ସଦସ୍ୟ ମାନେ ନିଷ୍ପତ୍ତି ନେବେ । କନଭରଜେଣ୍ଟ ପଂଣ୍ଡ ବୈଠକ ଆହ୍ୱାନ କରାଯାଇ ବିଭିନ୍ନ ବିଭାଗରେ ଥିବା ଆଇ.ଇ.ସି. ଅର୍ଥକୁ ପ୍ରଚାର, ପ୍ରସାର ପାଇଁ କଳାକାର ମାନଙ୍କ ମାଧ୍ୟମରେ ବ୍ୟବସ୍ଥା କରାଯିବ । ଏହି କନଭରଜେନ୍ସ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରଖିବାକୁ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ ଦାୟିତ୍ୱ ଦିଆଗଲା । ଯଯାତି ପୁସ୍ତକ ପ୍ରକାଶନକୁ ତ୍ୱରାନ୍ୱିତ କରାଯିବା ସହ ଆଗାମୀ ୨ ମାସ ମଧ୍ୟରେ ପୁସ୍ତକ କାର୍ଯ୍ୟ ସମାପନ ପାଇଁ ନିଷ୍ପତ୍ତି ନିଆଗଲା । ଏହି ବୈଠକରେ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ରଶ୍ମିରେଖା ପ୍ରଧାନ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଳ୍ା ଶିକ୍ଷା ଅଧିକାରୀ ଶଶୀଧର ସିଂହ, ଜିଲ୍ଳ୍ା ସାମାଜିକ ଓ ସାଂସ୍କୃତିକ ପ୍ରରୋଚକ ଅଶ୍ୱିନୀ କୁମାର ସାହୁ, ସଦସ୍ୟ ସୂର୍ଯ୍ୟମଣି ଖୁଣ୍ଟିଆ, ରମାକାନ୍ତ ଜେନା, ଡଃ ରୁଦ୍ର ନାରାୟଣ ପୃଷ୍ଟି, ଡଃ ଜ୍ଞାନ ରଂଜନ ପତି, ଦାମୋଦର ବେହେରା, ସୁବ୍ରତ କୁମାର ଦାସ, ହିମାଂଶୁ ଶେଖର ଦ୍ୱିବେଦୀ, ରାଜ କିଶୋର ପାଢୀ, ତୁହିନାଂଶୁ ରଥ, ବିରଜା ବଳ, ଦୟାନିଧି ନାୟକ, ବଟକୃଷ୍ଣ ମହାପାତ୍ର, ପ୍ରିୟ ରଂଜନ କର, ବାଇଧର ମାଝି, ସନ୍ତୋଷ କୁମାର ମଲ୍ଳ୍ିକ, ସଂଯୁକ୍ତା ମହାପାତ୍ର, ମହେଶ୍ୱର ଓଝା, ବିକ୍ରମ କୁମାର ମହାପାତ୍ର, ମୋହନ ଚରଣ ମଲ୍ଳିକ, ନିରଂଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ଜିଲ୍ଳ୍ା ସଂସ୍କୃତି ପରିଷଦ ବୈଠକ ଅନୁଷ୍ଠିତ ।
|
April 12, 2022 |



