ଯାଜପୁର, ୩୧/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ସାହାପଡ଼ା ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ପଣ୍ଡାଙ୍କର ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁ୍ଷ୍ଟିତ କରାଯାଇଛି । ଏହି ଅବସରରେ ରସୁଲପୁର ବ୍ଲକର ସିଆରସିସି ଉପସଭାପତି ଯାଜପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧନ କେନ୍ଦ୍ର ସଂଯୋଜକ, ବନ୍ଧଡିହ କ୍ଲଷ୍ଟର ରସୁଲପୁର ବ୍ଲକ ସିଆରସିସି ଦେବରାଜ ମିଶ୍ରଙ୍କ ସଭାପତିତ୍ୱରେ ଏହି ବିଦାୟ କାଳିନ ସଭା ଅନୁଷ୍ଟିତ ହୋଇଥିଲା । ରସୁଲପୁର ବ୍ଲକର ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚରଣ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ମଞ୍ଚସୀନ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ ସର ଯୋଗଦାନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ଭିକାରୀ ଚରଣ କବି, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ । ବନ୍ଧଡିହ ପଂଚାୟତ ସମ୍ମାନୀୟ ଅତିଥି ସରପଂଚ ବିକ୍ରମ କୁମାର ବେହେରା ଯୋଗଦାନ କରି ଶ୍ରୀ ପଣ୍ଡାଙ୍କର ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢ଼ାଇବାରେ ପ୍ରମୁଖ ଭୂମିକା ଥିବା ଶ୍ରୀଯୁକ୍ତ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ । ମଞ୍ଚସୀନ ଅତିଥି ଭାବେ ବରୀ ବ୍ଲକର ଶିକ୍ଷାଧିକାରୀ ପ୍ରଭଞ୍ଜନ ପତି ଯୋଗଦେଇ ଏହି ବିଦାୟ କାଳିନ ସଭାରେ ବେଦ ଉଚ୍ଚାରଣ କରିବା ସହିତ ଶ୍ରୀ ପତି ତାଙ୍କ ବକ୍ତବ୍ୟ ଜାରି ରଖିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଶିକ୍ଷାଦାନ ଉପରେ ସବୁବେଳେ ନଜର ରଖିଥିଲେ ବୋଲି ଶ୍ରୀ ପତି ତାଙ୍କ ବକ୍ତବ୍ୟରେ କହିଥିଲେ । ରସୁଲପୁର ବ୍ଲକର ମୁଖ୍ୟ ଶ୍ରୀ ମଲିକ ତାଙ୍କ ବକ୍ତବ୍ୟରେ କହିଲେ ଶ୍ରୀ ପଣ୍ଡା ପ୍ରଧାନ ଶିକ୍ଷକ ଭାବେରେ ୧୭ ବର୍ଷ ଧରି କାର୍ଯ୍ୟ କରି ଏି ଗ୍ରାମର ଲୋକ ମାନଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ । ସାହାପଡ଼ା ନୋଡାଲ ବିଦ୍ୟଳୟର ସହକାରୀ ପ୍ରଧଅନ ଶିକ୍ଷୟତ୍ରୀ ଶୀମତୀ ମଲିକ ସଭା ପରିଚାଳନା କରୁଥିବା ବେଳେ, ଶ୍ରୀ ମିଶ୍ର ସଭାପତିତ୍ୱ କରି ବିଦାୟ କାଳିନ ସଭାରେ ଶ୍ରୀ ମିଶ୍ର ସଭାପତି ଭାବରେ ଆସନ ଅଳଙ୍କୃତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିବା ବେଳେ, ବନ୍ଧଡିହ ନୋଡାଲ ବିଦ୍ୟାଲୟର ପ୍ରଧାନ ଶିକ୍ଷକ ତପନ କିୁମାର ଧିର ତାଙ୍କ ବକ୍ତବ୍ୟ ଜାରି ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଶାନ୍ତିଲତା ରାଉତ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଅରୁଣ କୁମାର ସେଠୀ ଶ୍ରୀଯୁକ୍ତ ବିଜୟ ସଡ଼ଙ୍ଗୀ(ସଭାପତି) ପ୍ରାଥମିକ ଶିକ୍ଷକ ସଂଘ, ମହେନ୍ଦ୍ର ମଲିକ, ପ୍ରମୋଦ ବାରିକ, ଦିବାକର ସାହୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଂମ୍ପାଦକ ସାହାପଡ଼ା ଗ୍ରାମର ଗ୍ରାମବାସୀ ଯୋଗଦେଇଥିବା ବେଳେ, ଏବି ବିଦ୍ୟାଳୟ ଛାତ୍ର ଛାତ୍ରୀ କବିତା ମାଧ୍ୟମରେ ଶ୍ରୀ ପଣ୍ଡାଙ୍କୁ ବିଦାୟ ଦେଇଥିଲେ । ବିରାଟ ପଟୁଆରରେ ବିଦ୍ୟଳୟର ଶିକ୍ଷା କମିଟିର ସଭାମାନେ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଶୋଭାଯାତ୍ରାରେ ବାହାରି ଶ୍ରୀ ପଣ୍ଡାଙ୍କୁ ତାଙ୍କ ନିଜ ଗ୍ରାମ ମଠସାହି ବାସଭବନକୁ ଆଣିବା ସହିତ ବିଦାୟ ଦେଇଥିଲେ ।
ସାହାପଡ଼ା ନୋଡ଼ାଲ ବିଦ୍ୟାଳୟର ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ
|
March 31, 2022 |
![](https://sandhannews.com/wp-content/uploads/2022/03/31-Bidaya-SabhaN.jpeg)