ଧର୍ମଶାଳା, ୨୯/୦୩, (ସନ୍ଧାନ ନିଉଜ) : ଧର୍ମଶାଳା ତହସିଲଦାର ଅନ୍ତର୍ଗତ ନେଉଳପୁର ଜାତୀୟ ରାଜପଥ କଡରେ ଥିବା ଜମି ଗୁଡିକ ଏବେ ଜବର ଦଖଲ ହେବାରେ ଲାଗିଛି । ନିୟମ ମୁତାବକ ଏହି ଜମି ଗୁଡିକ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଏବଂ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ସରଂକ୍ଷଣ ରହିବା ସହିତ ଏହାକୁ କେହି ଅବରୋଧ କିମ୍ଭା ଜବର ଦଖଲ କରିହେବ ନାହିଁ ବୋଲି କେନ୍ଦ୍ରୀୟ ଏବଂ ରାଜ୍ୟର ଜମି ଅଧିନିୟମ ସରକାର ପ୍ରଣୟଣ କରିଛନ୍ତି । ମାତ୍ର ଏହାକୁ ଭୃକ୍ଷେପ ନକରି କେତକ ନିଚ ସ୍ୱର୍ଥବ୍ୟକ୍ତି ମାନେ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇ ଜବର ଦଖଲ ଆରମ୍ଭ କରିବା ସହିତ ବିଭିନ୍ନ ସ୍ଥାନରେ ଖୁଂଟି ପୋତିଥିବା ଦେଖିବାକୁ ମିଳିଛି । ଏପରିକି ଅନ୍ୟ ରାଜ୍ୟ ଯଥା ବିହାର, ରାଜସ୍ଥାନ, ପଞ୍ଜାବରୁ ଶତାଧିକ ଯାଜବର ମାନେ ଆସି ମାଡିବସି ରହିବା ସହିତ ଅନେକ ରୋହିଙ୍ଗିଆ ଏବଂ ବାଂଲାଦେଶୀ ମଧ୍ୟ ଆସି ଜମି ମାଡିବାସିଥିବା ନେଇ ଅଭିଯୋଗ ଉଠିଛି । ଏପରକି ନିକଟସ୍ଥ କେତକ ଅସାଧୁ ବ୍ୟକ୍ତିବିଶେଷ ମାନେ ମଧ୍ୟ ଏପରକି ଭାବରେ ଜବରଦଖଲ ଆରମ୍ଭ କରିଛନ୍ତି । ପ୍ରଥମେ ସେଠାରେ ଖୁଂଟି ପୋତି ଅସ୍ଥାୟୀ ଭାବେ ରହିବା କିମ୍ଭା କିଛି ବ୍ୟବସ୍ଥାୟିକ ସଂସ୍ଥା ଆରମ୍ଭ କରି ପରେ ତାହାକୁ ପୁରାପୁରି ମାଡିବସିବାକୁ ଯୋଜନା କରିଛନ୍ତି । ଏନେଇ ପୂର୍ବରୁ ତହସିଲଦାର ଅଭିଯୋଗ କରାଯାଇଥିବା ବେଳେ ତହସିଲଦାର କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିବାରୁ ଏପରକି ଜବର ଦଖଲ ବଢ଼ିବାରେ ଲାଗିଛି । ଜିଲ୍ଲାପ୍ରଶାସନ ମଧ୍ୟ ଏହା ଉପରେଦୃଷ୍ଟି ଦେଉନଥିବାରୁ ଧିରେ ଧିରେ ଏମାନଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବା ସହିତ ସେଠାରେ ଏକ ବସ୍ତି ଗଢ଼ି ଉଠିଲାଣି । କିଛିଦିନ ପରେ ଏହି ବସ୍ତି ଗୁଡିକ ପାଇଁ ଜିଲ୍ଲା ପ୍ରଶାସନ କଳଙ୍କ ଚିଟା ପଡିବା ଭଳି ଲାଗୁଛି । ଯେମିତି ବୁରୁସାହି ଏହାର ନଗ୍ନ ଉଦାହରଣ ଦିଆଯାଉଛି । ଅନ୍ୟ ପଟରେ ରାଜପଥର ଅପରପାର୍ଶ୍ୟରେ ନେଉଳପୁର ପୂର୍ବନାମ ଶୁଭକର ନଗର ରହିଥିବା ବେଳେ ଏହାକୁ ବଦଳାଇ ଏହାକୁ ମିଲତନଗର ନାମରେ ନାମିତ କରାଯାଇ ଏହି ଅଂଚଳରେ ଜମି ଦଖଲ ହେବାରେ ଲାଗିଛି । ଫଳରେ ଭୌମ ରାଜଙ୍କ ସମୟରୁ ରହିଥିବା ଶୁଭକରନଗରକୁ ଅପଭ୍ରଂଶ କରିବା ଦ୍ୱାରା ଏହାର ପୁରାତନ ନାମରେ ମଧ୍ୟ କଳଙ୍ଗ ଲାଗୁଛି । ଏପରକି ଏହି ବ୍ୟକ୍ତିମାନଙ୍କ ନାମ ଏହି ପଂଚାୟତର ଭୋଟର ଲିଷ୍ଟରେ ନଥିବାରୁ ବେଳେ ସ୍ଥାନୀୟ ପଂଚାୟତର କୁଜି ନେତାଙ୍କୁ ଧରି ଭୋଟର ଲିଷ୍ଟରେ ନାମ ମଧ୍ୟ କରିଦେଉଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହା ଉପରେ ଦୃଷ୍ଟି ଦେଇ ଜବରଦଖଲ ହଟାଇବା ପାଇଁ କଦଳା, ନେଉଳୁପର, ରାହାଁଶାଳା, ବାଲିବିଲି ଅଂଚଳର ଶତାଧିକ ଗ୍ରାମାବାସୀ ଦାବି କରିଛନ୍ତି ।