ଯାଜପୁର, ୨୪/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ନନ୍ଦିନୀ ହୋଟେଲ ନିକଟରେ ଭଡ଼ାରେ ରହି ମନୋହରୀ ଫେରି କରୁଥିବା ଫେରିବାଲାକୁ ନିର୍ମମ ଭାବେ ହତ୍ୟା କରିଥିବା ହତ୍ୟାକାରୀ ୪୦ ହଜାର ଟଙ୍କା ପାଇଁ ହତ୍ୟା କରି ଫେରାର ହୋଇଯାଇଥିବା ଫେରିବାଲା ସାାଙ୍ଗକୁ କୁଆଖିଆ ଥାନା ଆଇଆଇସି ମନୋଜ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରାଯାଇ ଏକ ନକ୍ସା ପ୍ରସ୍ତୁତ କରାଯଅଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ୧୪ ତାରିଖ ସୋମବାର ମଧ୍ୟାହ୍ନରେ ମନୋହରୀ ବ୍ୟବସାୟୀ ଖୋକନ ମାଇତି(୩୮)କୁ ନିର୍ମମ ଭାବେ ହତ୍ୟାକରି ୪୦ ହଜାର ଟଙ୍କା ପାଇଁ ଖୋକନକୁ ହତ୍ୟା କରି ପଶ୍ଚିମବଙ୍ଗ ମେଦନାପୁର ଜିଲ୍ଲା ଭଗବାନପୁର ଥାନା ଜଗମୋହନପୁର ଗ୍ରାମର ମିଟୁ ଓରଫ ସୁଭେନ୍ଦୁ ସର୍ଦ୍ଦାର(୩୨) କୁ କୁଆଖିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଖୋକନ ମାଇତି ଠାରୁ ସୁଭେନ୍ଦୁ ୪୦ ହଜାର ଟଙ୍କା ଧାର ନେଇଥିବା ବେଳେ, ଖୋକନ ମାଇତି ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକି ବଚସାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉର୍ଗରୁପ ନେଇଥିଲା । ସୁଭେନ୍ଦୁ ସର୍ଦ୍ଦାର ଖୋକନ ମାଇତିକୁ ହତ୍ୟାକରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ସୁଭେନ୍ଦୁ ଉତ୍ତେକ୍ତ ହୋଇ ଏକ କାଠ ଫାଳିଆରେ ଖୋକନକୁ ଆକ୍ରମଣ କରିବା ସହିତ ଏକ କଟୁରୀ ସାହାଯ୍ୟରେ ଖୋକନକୁ ହାଣି ଖୋକନର ଭଡ଼ାଘର ଆଗପରୁ ତାଲା ପକାଇ କୁଆଖିଆରୁ ଏକ ଅଟୋ ଯୋଗେ ବାଲେଶ୍ୱରକୁ ଫେରାର ହୋଇଯାଇଥିଲା । ଯାହା ଫଳରେ କୁଆଖିଆ ଥାନା ଆଇଆଇସି ମନୋଜ କୁମାର ସ୍ୱାଇଁ ବାଲେଶ୍ୱରରୁ ଗିରଫ କରିଥିଲେ । ହତ୍ୟାରେ ବ୍ୟବହାର କରିଥିବା ମାରଣାସ୍ତ୍ର କଟୁରୀ ଏବଂ କାଠ ଫାଳିଆକୁ କୁଆଖିଆ ନିକଟସ୍ଥ ସତସଙ୍ଗ ବିହାର ଏକ ବୁଦା ମୁଳରୁ ଜବତ କରିଥିଲେ । ମିଟୁର ଭଡ଼ାଘରୁ ହତ୍ୟା ବେଳେ ବ୍ୟବହାର କରିଥିବା ରକ୍ତ ଜୁଡ଼ୁବୁଡ଼ୁ ଥିବା ପ୍ୟାଣ୍ଟ ସାଟ୍ କୁ ପୋଲିସ ଜବତ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ମିଟୁ କୁ ଜଳେଶ୍ୱରରୁ କୁଆଖିଆ ପୋଲିସ ଗିରଫ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହିତ ଆସାମୀ ମିଟୁ ସର୍ଦ୍ଦାରକୁ ହତ୍ୟା କରିବା ଅଭିଯୋଗରେ କୋର୍ଟ ଚାଲାଣ କରଚି ।
କୁଆଖିଆ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଫେରିବାଲା ରସାଙ୍ଗ ଗିରଫ
|
March 24, 2022 |
