ଧର୍ମଶାଳାରେ ଗରୀବ ଲୋକଙ୍କ ରାସନ କାର୍ଡ ଦୁର୍ନିତି ନେଇ ଅସନ୍ତୋଷ

Spread the love

ଯାଜପୁର, ୨୪/୦୩/୨୦୨୨ (ସନ୍ଧାନ ନିଉଜ) : ଗରୀବ ମାନଙ୍କ ନିକଟରେ ଯୋଜନାର ସୁଫଳ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ଏ କ୍ଷେତ୍ରରେ ସଂପୂର୍ଣ୍ଣ ବ୍ୟତିକ୍ରମ । ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆଦୌ ଖାତିର କରାଯାଉ ନଥିବା ବେଳେ ରାସନ କାର୍ଡ ଦୁର୍ନିତି ନେଇ ଧର୍ମଶାଳା ସର୍ବଦା ଚର୍ଚ୍ଚାରେ ରହିଛି । ଏହାର ଜ୍ୱଳନ୍ତ ଉଦାହରଣ ଚହଟା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମର କାର୍ତ୍ତିକ ସେଠୀ କେବଳ ଜଣେ ଗରୀବ ଅନୁସୂଚିତ ଜାତିର ବ୍ୟକ୍ତି ନୁହନ୍ତି ବରଂ ତାଙ୍କର ନାମରେ ମଧ୍ୟ ବି.ପି.ଏଲ କାର୍ଡ ରହିଛି । ଅର୍ଥାତ ସରକାରଙ୍କ ସର୍ଭେ ଅନୁସାରେ ସେ ନହାତି ଗରୀବ ବୋଲି ବି.ପି.ଏଲ କାର୍ଡ ପାଇଛନ୍ତି । ସେ ମଧ୍ୟ ଜଣେ ଦିନ ମଜୁରିଆ । ଗରୀବ ବୋଲି ସରକାର ତାଙ୍କୁ ମଧ୍ୟ ଆବାସ ଯୋଜନାରେ ଗୃହ ପ୍ରଦାନ କରିଛନ୍ତି । ଏହି ଧାରାରେ ତାଙ୍କ ସ୍ତ୍ରୀ ଗେଡି ସେଠୀ ନାମରେ ସରକାର ରାସନ କାର୍ଡ ପ୍ରଦାନ କରିଛନ୍ତି । କାର୍ତ୍ତିକ ମଧ୍ୟ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ଜଣେ ରୋଗଗ୍ରସ୍ତ ବ୍ୟକ୍ତି । ହେଲେ କାର୍ତ୍ତିକଙ୍କ ସ୍ତ୍ରୀ ନାମରେ ମିଳିଥିବା ରାସନ କାର୍ଡରେ ୨୦୧୬ ମସିହା ମାର୍ଚ୍ଚ ମାସରୁ ୨୦୧୭ ଫେବୃୟାରୀ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ପ୍ରଦାନ କରାଗଲା । ଏହାପରେ ଅଚାନକ ତାଙ୍କର ରାସନ କଟି ଯାଇଛି ବୋଲି କୁହାଯାଇ ତାଙ୍କ ପରିବାରକୁ ଆଉ ରାସନ ପ୍ରଦାନ କରାଗଲା ନାହିଁ । ପୁନଶ୍ଚ ୨୦୨୦ ଜୁଲାଇ ମାସରୁ ୨୦୨୨ ମସିହା ଫେବୃୟାରୀ ମାସ ପର୍ଯ୍ୟନ୍ତ ତାଙ୍କୁ ରାସନ ପ୍ରଦାନ କରାଗଲା । ଏହାପରେ ତାଙ୍କର ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ମାନଙ୍କ ରାସନ କଟି ଯାଇଛି ବୋଲି କୁହାଗଲା । କେବଳ ପରିବାର ଜଣକ ରାସନ ପ୍ରଦାନ କରାଯିବ ବୋଲି କୁହା ଯିବାରୁ ଏହି ପରିବାର ଆଉ ରାସନ ଆଣୁ ନାହାନ୍ତି । ଏଥିନେଇ କାର୍ତ୍ତିକ ପ୍ରଶ୍ନ କରିଛନ୍ତି ଯେ, ଯଦି ମୁଁ ନାହିଁ ତେବେ ମୋ ପରିବାରକୁ ମୋ ସ୍ତ୍ରୀ ଆସିଲେ କେମିତି? ମୋ ଗ୍ରାମରେ ମୋ ଠାରୁ ବହୁ ଧନୀ ଲୋକ ଏବଂ କୋଠା ଓ ଗାଡି ଥିବା ଲୋକ ରାସନ ପାଉଥିବା ବେଳେ ମୋ ପ୍ରତି ଏଭଳି ଅବିଚାର କରାଯାଉଛି । ମୋର ପରିବାର ସଦସ୍ୟଙ୍କ ନାମ ମୋର ରାସନ କାର୍ଡରେ କିଏ ଯୋଡୁଛି ଏବଂ କିଏ କେଉଁ ତଦନ୍ତ ଜରିଆରେ କାଟୁଛି ମୁଁ ଜାଣି ପାରୁନି । ମଝିରେ ମଝିରେ ମୋର କାର୍ଡ କୁଆଡେ ପୁରା କଟି ଯାଉଛି ପୁଣି କେମିତି ମୋ କାର୍ଡରେ ଚାଉଳ ଆସୁଛି ତାହା ମଧ୍ୟ ମୁଁ ଜାଣିପାରୁନି । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଅଭିଯାନ ଚଲାଇଥିବା ବି.ଜେ.ଡି ନେତା ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳ ଏହି ପରିବାରକୁ ଭେଟିବା ପରେ ଏଥିନେଇ ସାଧାରଣରେ ଘୋର ଆଲୋଡନ ସୃଷ୍ଟି ହୋଇଛି । ସତୀଶ କହିଛନ୍ତି ଯେ, ଗରୀବ କଲ୍ୟାଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ ବିରୋଧରେ ଧର୍ମଶାଳାରେ ଯେଭଳି ଭ୍ରଷ୍ଟାଚାର ଚାଲିଛି ତାହା କଦାପି ବରଦାସ୍ତ ଯୋଗ୍ୟ ନୁହେଁ । ବି.ପି.ଏଲ କାର୍ଡଧାରୀଙ୍କୁ ରାସନରୁ ବଂଚିତ କରାଯିବା ଅତ୍ୟନ୍ତ ଅନ୍ୟାୟ ଏବଂ ବେଆିନ କାର୍ଯ୍ୟ । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଏଭଳି ପ୍ରସଙ୍ଗରେ ଆମ ସରକାର ଦୃଢ ପଦକ୍ଷେପ ନେବ । ଅପର ପକ୍ଷରେ ବ୍ଲକରେ କେତେକ ଲୋକଙ୍କ ରାସନ କାଟିବା ଏବଂ ରାସନରେ ନାମ ଯୋଡିବା ନେଇ ବ୍ୟାପକ ଦୁର୍ନିତି ଚାଲି ଥିବାର ସାଧାରଣରେ ଅଭିଯୋଗ ହେଉଛି । କେତେକ କର୍ମଚାରୀ ଅଧିକ ଦିନ ଏହି ବ୍ଲକରେ ନିର୍ଦ୍ଧିଷ୍ଟ ପଦବୀରେ ରହି ଏଭଳି ଦୁର୍ନିତି ଚଲାଇଥିବାର ସାଧାରଣରେ ଅଭିଯୋଗ ହେଉଛି । ଏଥିନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।

Related Posts

About The Author

Add Comment