ଯାଜପୁର, ୧୧/୦୩/୨୦୨୨ (ସନ୍ଧାନ ନିଉଜ) : ଆଜି ଯାଜପୁର ଜିଲ୍ଳ୍ାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳିତ ହୋଇଯାଇଚ୍ଥି । ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ଯେ୍ୟଧନ ମଲ୍ଳ୍ିକଙ୍କ ସହଭାଗିତାରେ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଏହି ଦିବସ ପାଳିତ ହୋଇଥିଲା । ଶୁକ୍ରବାର ପୂର୍ବାହ୍ନରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ଏବଂ ଓଡିଆ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ କୁଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମାରୋହର ଆୟୋଜନ କରାଯାଇଥିଲା । ଏହି ସମାରୋହରେ ଓଡିଆ ବିଭାଗର ଅଧ୍ୟାପିକା ଦୀପ୍ତିମୟୀ ଦାସ, ଇତିହାସ ବିଭାଗର ଅଧ୍ୟାପକ ଅରବିନ୍ଦ ବୋଷ, ଅଧ୍ୟାପକ ରଜତକାନ୍ତ ଦାସ, ଦୁର୍ଗା ଚରଣ ମଙ୍ଗୁଆଳ ପ୍ରମୁଖ ଯୋଗଦେଇ ଶାସ୍ତ୍ରୀୟ ଦିବସ ଊପରେ ଆଲୋକପାତ କରିଥିଲେ । ବିବିଧତା ମଧ୍ୟରେ ଏକତା ବଜାୟ ରଖିବାର ଲକ୍ଷ୍ୟ ନେଇ ଓଡିଆ ଭାଷାକୁ ଅଧିକରୁ ଅଧିକ ଗବେଷଣା କରି ପ୍ରାଚୀନ ସାହିତ୍ୟକୁ ପୁନରୁଦ୍ଧାର କରିପାରିଲେ ଶାସ୍ତ୍ରୀୟ ମାନ୍ୟତାର ପ୍ରାସଙ୍ଗିକତା ବଜାୟ ରହିପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ସେହିପରି ମୁଗୁପାଳ ସ୍ଥିତ ଊପେନ୍ଦ୍ର ନାଥ ଶାରଦା ମହାବିଦ୍ୟାଳୟରେ ଓଡିଆ ବିଭାଗ ତରପଂରୁ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳିତ ହୋଇଯାଇଚ୍ଥି । ଊକ୍ତ ସମାରୋହରେ ଅଧ୍ୟାପକ ଡଃ ବିଧୁଭୂଷଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟର ପ୍ରଚାର ପ୍ରସାର ନିମିତ୍ତ ସମସ୍ତେ କାୟ ମନୋବାକ୍ୟରେ ଯନôବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଊସôବରେ ଅନ୍ୟ ମାନଙ୍କ ମଧ୍ୟରେ ଅର୍ପିତା ବାରିକ, ମୋନାଲିସା ବେହେରା, ଚିନ୍ମୟୀ ରାଊତ, ନମିତା ତରାଇ, ପ୍ରଜ୍ଞାପାରମିତା ମହଲ, ଲିପିମୟୀ ତରାଇ, ରଂଜିତା ବେହେରା, ଚିକୁନ ସାହୁ, ଅଧ୍ୟାପକ ସିଦ୍ଧାର୍ଥ ଶଙ୍କର ରଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ, ଚଣ୍ଡିଖୋଲ ଠାରେ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳିତ ହୋଇଯାଇଚ୍ଥି । ଅଧ୍ୟକ୍ଷ ସଲୀଳ ରାଜନନ୍ଦନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଚ୍ଥାତ୍ର ଚ୍ଥାତ୍ରୀ ଯୋଗ ଦେଇଥିଲେ ।