ଚଣ୍ଡିଖୋଲ, (ସନ୍ଧାନ ନିଉଜ/ ରିପୋର୍ଟ- ସନ୍ତୋଷ ରାଉତ ) ବଡଚଣା ନିର୍ବାଚନ ମଣ୍ଡଳୀର ୧୮ ନଂ ଜୋନ ଜିଲ୍ଲାପରିଷଦ ଆସନ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି । ଚଳିତ ନିର୍ବାଚନ ରେ ଏହି ଜୋନ ପାଇଁ ବିଜେଡିରୁ ସସ୍ମିତା ମହାନ୍ତି, କଂଗ୍ରେସରୁ ପ୍ରାକ୍ତନ ସରପଞ୍ଚ ମଇନା ରାୟ ଓ ବିଜେପିରୁ ଜିଲ୍ଲା ସାଧାରଣ ସମ୍ପାଦିକା ଦେବଜାନୀ ପ୍ରଧାନ ନିର୍ବାଚନ ଲଢୁଛନ୍ତି । ବଡଚଣା ବ୍ଲକର ଅଣକା,ଅରଖପୁର,ବଡଘୁମୁରୀ,ଚମ୍ପାପୁର,କୁନ୍ଦଳ,ଛତଆ,ରାଧାଦେଇପୁର ଓ ନେଳିଆ ୮ ପଞ୍ଚାୟତକୁ ନେଇ ଏହି ଜୋନଟି ଗଠିତ । ମୋ ଭୋଟର ସଂଖ୍ୟା ୩୯ ହଜାର ୭୯୫ ହୋଇଥିବା ବେଳେ ପୁରୁଷ ଭୋଟର ଙ୍କ ସଂଖ୍ୟା ୨୦ ହଜାର ୪୩୩ ହୋଇଥିବା ବେଳେ ମହିଳା ଭୋଟର ସଂଖ୍ୟା ୧୯ ହଜାର ୩୬୨ । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହିଜୋନରେ ଶାସକ ଦଳର ପ୍ରାର୍ଥୀ ଅରବିନ୍ଦ ସାମଲ ୧୩ହଜାର ୪୭୨ ଖଣ୍ଡ ଭୋଟ ପାଇବିଜୟୀ ହୋଇଥିଲେ । କଂଗ୍ରେସର ସଂଗ୍ରାମ କିଶୋର ଜେନା ୪ହଜାର ୯୨୧ ଖଣ୍ଡ ଭୋଟ, ବିଜେପିର ନାରାୟଣ ଚନ୍ଦ୍ର ସାମଲ ୪ହଜାର ୮୮୧ ଖଣ୍ଡ ଭୋଟ ପାଇତିଲା ବେଳେ ସ୍ୱାଧିନ ପ୍ରାର୍ଥୀ ରମେଶ ଚନ୍ଦ୍ର ପୃଷ୍ଟି ୪ହଜାର ୫୬୮ଖଣ୍ଡ ଭୋଟ ପାଇଥିଲେ । ତେବେ ଏହି ଜୋନରେ ଶାସକ ବିଜେଡିର ଦୁଇ ଟାଣୁଆ ନେତା ବିଧାୟକ ଅମର ପ୍ରସାଦ ଶତପଥୀ , ରାଜ୍ୟ ବିଜଡେି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଓ କଂଗ୍ରେସର ମଙ୍ଗଧରିଥିବା ଯୁବନେତା କ୍ୟାପଟେନ ରାଜନାରାୟଣ ମହାପାତ୍ର ଙ୍କ ନିଜ ପଞ୍ଚାୟତ ରହୁଥିବାରୁ ସବୁ ନେତାଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ଭାବେ ଉଭାହୋଇଛି । ଶାସକ ଦଳରୁ ପ୍ରାର୍ଥୀ ସସ୍ମିତା ମହାନ୍ତି ଙ୍କ ରାଜନୀତିରେ ଆଗରୁ କୌଣସି ଅଭିଜ୍ଞତା ରହିନଥିବା ବେଲେ ତାଙ୍କର ସ୍ୱାମୀ ଅମର ମହାନ୍ତି ଜିଲ୍ଲା ବିଜେଡି ଉପସଭାପତି ଭାବେ କାର୍ଯ କରୁଛନ୍ତି । ସେ ବଡଚଣା ବିଧାୟକ ଙ୍କ ଅନୁଗତ ଭାବେ ଜଣାଶୁଣା । ତାଙ୍କର ଏହି ଜୋନ ରେ ଥିବା ସମସ୍ତ ପଞ୍ଚାୟତରେ ପ୍ରଭାବ ରହିଛି । ଶାସକ ଦଳର ଦୃଢ ସଙ୍ଗଠନ ନବୀନ ସରକାରଙ୍କ ବିକାଶକୁ ମୁଖ୍ୟ ଅସ୍ତ୍ର କରି ସସ୍ମିତା ନିର୍ବାଚନ ପ୍ରଚାର ଚଳାଇଛନ୍ତି । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମଇନା ରାୟ ରାଜନୀତିରେ ଅଭିଜ୍ଞସମ୍ପନ୍ନ । ପୂର୍ବରୁ ସେ ଅଣକା ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ଲକ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀମତି ରାୟ ସ୍ଥାନୀୟ ସମସ୍ୟା , ଶାସକ ଦଳର ଦୁର୍ନୀତି ଓ କେନ୍ଦ୍ରସରକାରଙ୍କ ଦରଦାମ ବୃଦ୍ଧି ଆଦି କୁ ନିଜର ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି । ସେହିଭଳି ଭାବେ ବିଜେପି ପ୍ରାର୍ଥୀ ଦେବଜାନୀ ପ୍ରଧାନ ଏବେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦିକା ଭାବେ କାର୍ଯ୍ୟକରୁଛନ୍ତି । ଜଣେ ଦକ୍ଷ ନେତ୍ରୀ ଭାବେ ଜିଲ୍ଲାରେ ସେ ବେଶ ପରିଚିତ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସାଙ୍ଗକୁ ଶାସକ ଦଳର ବିଭିନ୍ନ ଦୁର୍ନୀତି ପ୍ରିୟାପ୍ରତି ତୋଷଣ ସମ୍ପର୍କରେ ଭୋଟର ମାନଙ୍କୁ ସଚେତନ କରି ଭୋଟ ଭିକ୍ଷା କରୁଛନ୍ତି । ତିନି ପ୍ରାର୍ଥୀ ଏବେ ନିଜର ସମର୍ଥକ ମାନଙ୍କ ସହ ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ଭୋଟର ମାନେ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛନ୍ତି ତାହା ଫଳାଫଳ ପରେ ସ୍ପଷ୍ଟ ହୋଇଯିବ ।
ବଡଚଣା ୧୮ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ କିଏ ହାତେଇବା; ମହିଳା ନେତ୍ରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା
|
February 8, 2022 |