ବଲାଙ୍ଗୀର, ୨୬/୦୧/୨୦୧୨ (ସନ୍ଧାନ ନିଉଜ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଥିବା ହରିଶଙ୍କର ପୀଠରେ ରାତିରେ ବୁଲୁଛି କଲରାପତରିଆ ବାଘ । କେତେକ ଲୋକ ବାଘକୁ ଦେଖିଥିବା ବନ ବିଭାଗକୁ ଜଣାଇଛନ୍ତି । ସେହିପରି ଖପ୍ରାଖୋଲ ରେଞ୍ଜର ବାଘର ଫଟୋ ପଠାଇବା ସହ ସୂଚନା ଦେଇଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ବଲରାପତରିଆ ବାଘ ରହିଥିବା ଜଣାପଡିଛି । ମାତ୍ର ଜନବସତି ସ୍ଥାନକୁ କେବେ ଆସିନାହିଁ । ସେହିପରି ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ସେହିପରି ହରିଶଙ୍କର ଠାରେ ହରିଣ ପାର୍କ ଥିବାରୁ ବାଘ ଆକ୍ରମଣ ଭୟ ରହିଛଇ । ଏନେଇ ହରିଶଙ୍କର ବନ ବିଭାଗ ରେଞ୍ଜ ଅଧିକାରୀ ପ୍ରଭାତୀ ସେଠଙ୍କୁ କହିଛନ୍ତି । ଏହାସହିତ ହରିଶଙ୍କରରେ ବିଳମ୍ବିତ ରାତିରେ ବାଘ ବୁଲୁଥିବାରୁ ବନ ବିଭାଗ ସତର୍କ ଥିବା କହିଛନ୍ତି ।
![](https://sandhannews.com/wp-content/uploads/2022/01/najmun-1.jpg)
![](https://sandhannews.com/wp-content/uploads/2022/01/IMG-20220122-WA0002.jpg)
![](https://sandhannews.com/wp-content/uploads/2022/01/elel-2.jpg)