ବାଲିଗୁଡା, ୨୦/୪/୨୬ (ସନ୍ଧାନ ନ୍ୟୁଜ ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମୁସୁକୁଲି ସ୍ଥିତ ଏକ ବୁଲାଣି ନିକଟରେ ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି | ଘଟଣା ରୁ ପ୍ରକାଶ ଯେ, ବାଲିଗୁଡା ରୁ ଅଟୋ ଯୋଗେ ବାରଖମା କୁ ମାଛ ନେଇ ଯାଉଥିବା ସମୟରେ ରାଜ୍ୟ ରାଜପଥ ୪୧ନମ୍ବର ରାସ୍ତାର ମୁସୁକୁଲି ନିକଟରେ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା l ଦୁର୍ଘଟଣା ରେ ଅଟୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ମାଛ ଗୁଡିକ କ୍ଷତି ଘଟିଥିବା ଜଣାପଡିଛି l
ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ
|
April 20, 2026 |



