ଯାଜପୁର, ୨୩/୦୧/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ନକଲି ଗାଡ଼ି ଟ୍ରକରେ ନଂପ୍ଲେଟ ଲଗାଇ ଗାଡ଼ି ଚଳାଉଥିବା ବେଳେ, ବୈରୀ ପୋଲିସ ପଞ୍ଝାରେ ପଡ଼ିଥିବା ଦେଖିବାକୁ ମିଳିଚି । ନକଲି ଟ୍ରକ ଗାଡ଼ିରେ ନକଲି ନଂପ୍ଲେଟ ରହିଥିବା ବେଳେ, ଏଥେô କୋଟି କୋଟି ଟଙ୍କା ଆୟ ହେଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ଏକ ର୍ୟାକେଟ୍ କାମ କରୁଥିବା ବୈରୀ ପୋଲିସ କୌଣସି ସୁତ୍ରରୁ ଖବର ପାଇ ବୈରୀ ଥାନା ଅଧିକାରୀଣୀ ସଂଘମିତ୍ରା ନାୟକ ଷ୍ଟାପ ମାନଙ୍କୁ ନେଇ ଚଢ଼ାଉ କରି ଗାଡ଼ି ଗୁଡ଼ିକୁ ଜବତ କରିବା ସହିତ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଚି । ଏହି ଲୁଟେରା ହେଲେ କଟକ ରଣୁଦେୟ ନଗରର ପ୍ରଶାନ୍ତ ଗୁରୁ, ଜଗତସିଂହପୁର ତିର୍ତ୍ତୋଲର ସନ୍ତୋଷ ସେଠୀ, ପାଣିକୋଇଲରେ ଚୋରା ସାମଗ୍ରୀ ରଖୁଥିବା ବେପାରୀ ହିମାଂଶୁ ଦଳାଇ ଟ୍ରକ ଡ୍ରାଇଭର ତନ୍ତୁଲିପଦାର ଅଜୟ ନାୟକ ବୋଲି ସୂଚନା ମିଳଚି । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୧ ଅକ୍ଟୋବର ୨୮ ତାରିଖରେ ଛତିଆ ବୁଢ଼ାକେନ୍ଦୁଆ ନିକଟସ୍ଥ ନିୟୁଲକ୍ଷ୍ମୀ ଷ୍ଟିଲ ପ୍ଲାଣ୍ଟରୁ ଦୁଇଟି ଟ୍ରକରେ ୨୧ଲକ୍ଷ ଟଙ୍କାରୁ ଅଧିକ ମୁଲ୍ୟର ଆଇରନ ଚୋରୀ ହୋଇଥିବା କମ୍ପାନୀ ପକ୍ଷରୁ କମ୍ପାନୀର ମାଲିକ ବୈରୀ ଥାନାରେ ଅଭିଯୋଗ କରିଥିଲେ । ନକଲି ଗାଡ଼ି ନଂ, ନକଲି ଲାଇନସେନ୍ସ, ନକଲି ଗାଡ଼ି କାଗଜପତ୍ର ଦେଇ କମ୍ପାନୀ ପକ୍ଷରୁ ଏହି ଆଇରନ ଚୋରୀ ହୋଇଥିଲା । ଅଭିଯୋଗ ପାଇ ବୈରୀ ଥାନା ପୋଲିସ ପକ୍ଷରୁ ୨୩୨/୨୧ ରେ ମାମଲା ରୁଜୁ କରାଯାଇ ବୈରୀ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିଲା । ତଦନ୍ତ ଚାଲିଥିବା ବେଳେ, ଗତ ବୁଧବାର ରାତିରେ ବୈରୀ ପୋଲିସ ଚଢ଼ାଉ କରି ଏହି ଲୁଟେରାଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଆସାମୀ ମାନଙ୍କୁ ଥାନା ପକ୍ଷରୁ ପଚାରା ଉଚରା କରିବାରେ ଆସାମୀ ମାନେ ବିପିଏଲ କାରାଖାନାରୁ ନକଲି କାଗଜ ପତ୍ର ଦେଇ ଆଇରନ ଲୋଡ଼ କରି ଆଣି ହିମାଂଶୁକୁ ୧ଲକ୍ଷ ୮୦ ହଜାର ଟଙ୍କରେ ବିକ୍ରି କରିବା ସହିତ ୨୪ ତାରିଖରେ ଗୁରୁଡ଼ିଝାଟିଆ ହରଦେବ ଷ୍ଟିଲ ପ୍ଲାଣ୍ଟରୁ ଆଇରନ ଆଣି ପାଣିକୋଇଲର ଦଲାଲ ହିମାଂଶୁକୁ ୮ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ବୋଲି ପୋଲିସ ଆଗରେ ମାନିଥିଲେ । ଏହି ଲୁଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେହି ଆସାମୀ ମାନଙ୍କୁ ଧରିବା ପାଇଁ ଜାଲ ବିଛାଇଚି । ଗଞ୍ଜେଇ ସହିତ ବାପ ପଅ ଗିରଫ ହେଲେ
ନକଲି ଗାଡ଼ିରେ ନଂପ୍ଲେଟ ଲଗାଇ ଗାଡ଼ି ଚଳାଉଥିଲେ
|
January 23, 2022 |
![](https://sandhannews.com/wp-content/uploads/2021/11/SANDHAN.jpg)