ସୁନ୍ଦରଗଡ଼ ତା:୧୮/୧/୨୦୨୨( ରାଜୁ ପଟେଲ ) ସବଡେଗାରେ ବ୍ଲକ ଓ ପଞ୍ଚାୟତରେ ପ୍ରଥମ ଦିନ ଆରମ୍ଭରୁ ନାମାଙ୍କନ ପତ୍ର ଦାଖଲ କରିବା ଆରମ୍ଭ ହୋଇଯାଇଛି । ଏହି କର୍ମରେ ପ୍ରଥମ ଦିନରେ ବ୍ଲକ କାର୍ଯାଳୟରେ ନାମାଙ୍କନ ପତ୍ର ଦାଖଲ କରାଯାଉଥିବାର ଦେଖାଦେଇଛି । ପ୍ରଥମ ଦିନରେ ଜଣେ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପାଞ୍ଚଜଣ ସରପଞ୍ଚ ଓ ଷୋହଳ ଜଣ ସମିତି ସଭ୍ୟା ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ସେହିପରି ୱାଡ଼ ସଭ୍ୟଙ୍କ ନାମାଙ୍କନ ପତ୍ର ପଂଚାୟତରେ ଦାଖକ ହୋଇଥିବା ଜଣାପଡିଛି । ଦ୍ଵିତୀୟ ଦିନରେ ସରପଞ୍ଚ,ସମିତି ସଭ୍ୟ ଓ ସଭ୍ୟା ଛଅ ଜଣ ରହିଥିବା ବେଳେ ୱାଡ଼ ସଭ୍ୟ ପାଇଁ ଏକୋଇଶ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୨୧ତାରିଖରେ ନାମାଙ୍କନର ଶେଷ ତାରିଖ ରହିଥିବାର ବ୍ଲକ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ
|
January 19, 2022 |



