ଯାଜପୁର ସଦର, ୧୨ା୦୧: ଯାଜପୁର ଜିଲ୍ଲାର ପୂର୍ବତନ ଓୟୁଜେ ସଭାପତି ବରିଷ୍ଠ ସାମ୍ବାଦିକ ସମରଜିତ ମହାନ୍ତିଙ୍କୁ ଓୟୁଜେ ପକ୍ଷରୁ ନୂତନ ଭାବେ ନିଯୁକ୍ତି ଦେଇଥିବା ଶ୍ରୀ ମହାନ୍ତୀଙ୍କୁ ରସୁଲପୁର ପ୍ରେସଫୋରମ ପକ୍ଷରୁ ରସୁଲପୁର ପ୍ରେସଫୋରମ ସଭାପତି ବିଶ୍ୱଜିତ ପତି, ସାଧାରଣ ସଂପାଦକ ଜଗମୋହନ ରାଉତ, ଉପସଭାପତି ବାପୁଜି ଜେନା, ଉପଦେଷ୍ଠା ମଣ୍ଡଳୀର ବରିଷ୍ଠ ସାମ୍ବାଦିକ ଦେବପ୍ରସାଦ ନାୟକ, ସହସମ୍ପାଦକ ଗୋପିନାଥ ଦାଶ, ସହସଂପାଦିକା ସୁଜାତା ଦାସ, ବରିଷ୍ଠ ସଭ୍ୟ ମନୋଜ ଦାସ, ପ୍ରକାଶ ସାହୁ, ପ୍ରଭୁଦତ୍ତ ତ୍ରୀପାଠୀ, ବରିଷ୍ଠ ସାମ୍ବାଦିକ ଓୟୁଜେର ବରିଷ୍ଠ ସଭ୍ୟ ରଂଜିତ ରାଉତ ଓୟୁଜେର ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିବାରୁ ରସୁଲପୁର ପ୍ରେସଫୋରମ ପକ୍ଷରୁ କୃତଜ୍ଞତା ଜଣାଇବା ସହିତ ଓୟୁଜେର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତୀ, ଅଶୋକ କୁମାର ନନ୍ଦ, ଓୟୁଜେର ଉପସଭାପତି କିସାନ ରାଉତ, ଶ୍ରୀଯୁକ୍ତ ସମରଜିତ ମହାନ୍ତି ନବନିଯୁକ୍ତି ଓୟୁଜେର ସଂପାଦକ ପଦପାଇଥିବାରୁ ଯାଜପୁର ଜିଲ୍ଲାର ସାହାଣମେଲାର ଜିଲ୍ଲା ପ୍ରତିନିଧି ଗୋପିନାଥ ଦାଶ ଶ୍ରୀଯୁକ୍ତ ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ମହାନ୍ତିଙ୍କୁ ଯାଜପୁର ଜିଲ୍ଲାର ବିଭିନ୍ନ ସଂଗଠନ ଓୟୁଜେ ସଂଘର ସାମ୍ବାଦିକମାନେ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଦିର୍ଘଜୀବନ ମା ବିରଜାଙ୍କ ପାଖରେ କାମନା କରିଛନ୍ତି । ସାମ୍ବାଦିକ ମାନଙ୍କୁ ବିଭିନ୍ନ ସମସ୍ୟା ଉପରେ ଶ୍ରୀ ମହାନ୍ତୀ ଦୃଷ୍ଟି ଦେବା ସହିତ ସରକାରଙ୍କ ନିକଟରେ ସାମ୍ବାଦିକମାନଙ୍କ ପାଇଁ ପେନସନ ଓ ସ୍ୱାସ୍ଥ୍ୟବିମାକୁ ବୃଦ୍ଧିକରିବା ୫ଲକ୍ଷକୁ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଉପରେ ଦୃଷ୍ଟି ଦେବା ପାଇଁ ରସୁଲପୁର ପ୍ରେସଫୋରମ ପକ୍ଷରୁ ଶ୍ରୀ ମହାନ୍ତୀଙ୍କ ନିକଟରେ ଦାବି କରାଯାଇଚି ।
ରସୁଲପୁର ପ୍ରେସଫୋରମ ପକ୍ଷରୁ ନୂତନ ସଂପାଦକଙ୍କୁ ଅଭିନନ୍ଦନ
|
January 12, 2022 |
