ଯାଜପୁର, ୦୪/୧୨/୨୦୨୧ (ସନ୍ଧାନ ନିଉଜ) : ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଗତ ୩୦ ତାରିଖରେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ଯାଜପୁର ରୋଡ ଏରିଆ ମେଡିକାଲରେ ଚିକିସôା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଟାଟା କୋଭିଡ ହସ୍ପିଟାଲ, ଡୁବୁରୀରେ ଚିକିସôା ପାଇଁ ଭର୍ତ୍ତି କରାଯାଇଥିଲା । ବୟସାଧିକ କାରଣ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିସôା ଲକ୍ଷ୍ୟରେ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୃଷ୍ଟିଙ୍କୁ ଭୁବନେଶ୍ୱର ସ୍ଥିତ “ସମ୍” ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଚ୍ଥି । ତାଙ୍କୁ ଚିକିସôା କରୁଥିବା ଡା. ସ୍ମୃତି ରଂଜନ ମୁଦୁଲି ଓ ଟାଟା ମେଡିକାଲର ଅଧିକ୍ଷକ ଡା. ସୁଧାଂଶୁ ଶେଖର ସୂତାରଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଏକ ଆଡାଭାନ୍ସ ଲାଇପଂ ସପୋର୍ଟ ଆମ୍ୱୁଲାନ୍ସ ମାଧ୍ୟମରେ ପଦ୍ମଶ୍ରୀ ପୃଷ୍ଟିଙ୍କୁ “ସମ୍” ହସ୍ପିଟାଲକୁ ପ୍ରେରଣ କରାଯାଇଥିଲା । ଏହି ସ୍ଥାନାନ୍ତର ସମୟରେ ଜିଲ୍ଳ୍ା ମୁଖ୍ୟ ଚିକିସôା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ, ଏ.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ, ପଦ୍ମଶ୍ରୀ ପୃଷ୍ଟିଙ୍କ ନାତି ସର୍ବେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୃଷ୍ଟି ଙ୍କର ଦ୍ରୁତ ଆରୋଗ୍ୟ କାମନା କରାଯାଇଚ୍ଥି ।
ଉନ୍ନତ ଚିକିସôା ପାଇଁ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କୁ “ସମ୍” ହସ୍ପିଟାଲକୁ ସ୍ଥାନାନ୍ତର
|
December 4, 2021 |



