ଚଣ୍ଡିଖୋଲ, ୧/୧୨/୨୦୨୧ (ସନ୍ଧାନ ନିଉଜ୍) ଆନ୍ତର୍ଜାତିକ ବିଶ୍ୱ ଏଡ଼ସ ଦିବସ ପରିପ୍ରେକ୍ଷୀରେ ପ୍ରତିବର୍ଷ ପରି ଚଳିତ ବର୍ଷ ଯାଜପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଉଦୀୟମାନ ପକ୍ଷରୁ ଆଜି ପ୍ରଭାତରୁ ଚଣ୍ଡିଖୋଲ ଛକ ବୁଦ୍ଧ ମୂର୍ତ୍ତି ନିକଟରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା ।
ଚଣ୍ଡିଖୋଲ ଛକ ବିଭିନ୍ନ ରାଜ୍ୟର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ଥିବାରୁ ବୋହୂ ରାଜ୍ୟରୁ ବଡ଼ ବଡ଼ ଗାଡ଼ି ତଥା ଦେହ ଯିବି ମାନଙ୍କ ଆଗମନ ହୋଇଥାଏ ସେଥିପାଇଁ ଏଡ଼ସ୍ ଏହି ଅଞ୍ଚଳରେ ବ୍ୟାପିବାର ସମ୍ଭାବନା ନେଇ ଛାତ୍ରଛାତ୍ରୀ ସେଛ୍ୟାସେବୀ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ମାନେ ସଚେତନତା ସ୍ଲୋଗାନ ପ୍ଲାକାଡ଼ ବ୍ୟାନର ଧରି ଜନସାଧାରଣ ମାନଙ୍କୁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚିତ୍ତ ରଞ୍ଜନ ମଲ୍ଲିକ ରେଡ଼ ରିବିନ୍ କାଟି ଉଦଘାଟନ କରିଥିବାବେଳେ ଉଦଯାପିତ ଦର୍ପଣ ତହସିଲଦାର ପ୍ରଦିପ୍ କୁମାର ସେଠୀ କରିଥିଲେ । ଏଥିରେ ଅତିଥି ଭାବରେ ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ କ୍ୟାପ୍ଟେନ୍ ଦିଲ୍ଲୀପ କୁମାର ନାୟକ ଇଁ ରଣଜିତ କୁମାର ପଟ୍ଟନାୟକ ଆଇନଜୀବୀ ଦେବରାଜ ବେହେରା ସମେତ ଅଧ୍ୟାପକ ଶଳିଳ ରାଜନନ୍ଦନ ମହାନ୍ତି ମନୋରଞ୍ଜନ ସାହୁ ଶିକ୍ଷକ ପ୍ରମୋଦ କୁମାର ଦାସ ପ୍ରକାଶ କୁମାର ନାୟକ ଅନୁଷ୍ଟାନର ସଭାପତି ଅବିନାଶ କୁମାର ଜେନା ପ୍ରମୁଖ କରୋନା ମହାମାରୀ ଏବଂ ଏଡ଼ସ୍ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ବାର୍ତ୍ତା ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ଜେନା ମଦନ ମୋହନ ପରମାଣିକ ତାପସ ରଞ୍ଜନ ସ୍ୱାଇଁ ଭିକାରୀ ଚରଣ ସାମଲ ସୁଶାନ୍ତ କୁମାର ଜେନା ବସନ୍ତରାଜ ଜେନା ବିଦ୍ୟାଧର ସ୍ୱାଇଁ ହେମନ୍ତ କୁମାର ଜେନା ଶିବ ନାୟକ ଅଜିତ କିଶୋର ନାୟକ ରଞ୍ଜନ ସିଂହ ନବୀନ ଅଞ୍ଚଳ ପ୍ରଦ୍ୟୁମ୍ନ ଆଚାର୍ଯ୍ୟ ଏବଂ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମଲ ହୋଇଥିଲେ ।
ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
|
December 1, 2021 |
![](https://sandhannews.com/wp-content/uploads/2021/12/Screenshot_20211201-154704_WhatsApp.jpg)