ଉଦୟଗିରି ପରିଶରରେ ବୁଦ୍ଧ ମହୋତ୍ସବ ଅନୁଷ୍ଟିତ

Spread the love

ଯାଜପୁର, ୩୦/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଉଦୟଗିରି ପର୍ଯ୍ୟଟନ ଭବନ ପ୍ରାଙ୍ଗଣରେ ଦୁଇଦିନ ଧାରି ଶିନବାର ଓ ରବିବାର ବୁଦ୍ଧ ମହୋତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବୁଦ୍ଧ ମହୋତ୍ସବର କମିଟି ପକ୍ଷରୁ ଅୟୋଜନ ହୋଇଥିଲା ବୁଦ୍ଧ ମହୋତ୍ସବ ର ସଭ୍ୟ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳଙ୍କ ତତ୍ୱାବଧାନରେ ଅନୁଷ୍ଟିତ ହୋଇଥିବା ବେଳେ, ବରିଷ୍ଠ ସାମ୍ବାଦିକ ସ୍ତମ୍ବକାର ସୁଭେନ୍ଦୁ କୁମାର ଭୁଁଇଆଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ବୁଦ୍ଧ ମହୋତ୍ସବରେ ବୁଦ୍ଧଦେବଙ୍କ ବାଣୀ ବିଭିନ୍ନ ବକ୍ତାମାନେ ଆଲୋଚନା କରିଥିଲେ । ବାଙ୍ଗାଲୋର ସ୍ଥିତ ମହୋବୋଦ୍ଧି ଗବେଷଣା କେନ୍ଦ୍ର ନିଦେ୍ର୍ଦଷକ ଭିକ୍ଷୁ ବୁଦ୍ଧଦତ୍ତ ଥେରୋ ଅତିଥି ଭାବେ ଯୋଗଦେଇ ଦ୍ୱାଦଶ ବୁଦ୍ଧ ମହୋତ୍ସବର ଦ୍ୱିତୀୟ ଦିବସ ଅବସରରେ ଏହାକୁ ଉଦ୍ଘାଟନ କରି କମିଟିର ସଭ୍ୟ ମାନଙ୍କୁ ଆଶ୍ରୀର୍ବାଦ କରିଥିଲେ । ଉଦୟଗିରିର ଶୋଭନୀୟ ଶିକ୍ଷାଶ୍ରମର କୁମାର ଭାଈଙ୍କ କାରଖାନା ଭାବରେ ପ୍ରତିଷ୍ଠିତ ହୋଇଥିବା ଶୋଭନୀୟ ଶିକ୍ଷାଶ୍ରମର ଲେଖିକା ଡ. ଅରୁନ୍ଧତୀ ଦେବୀଙ୍କ ସଭାପତିତ୍ୱରେ ଦ୍ୱିତୀୟ ଦିବସରେ ଆୟୋଜନ କରାଯାଇଥିଲା । ଅନ୍ୟତମ ଅତିଥି ଭାରତୀୟ ପ୍ରଶ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ଅବସରପ୍ରାପ୍ତ ନିଦେ୍ର୍ଦଷକ ଅଶୋକ ପଟେଲ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ କହିଲେ ଭୁମ୍ୟକର ରାଜବଂଶର ରାଜଧର୍ମ ଥିଲା ବୁଦ୍ଧଧର୍ମ । ଯାଜପୁର ଜିଲ୍ଲା ଭୂମ୍ୟକର ରାଜବଂଶର ଶାସନ ଥିବାରୁ ଏହି ଜିଲ୍ଲାରେ ବୁଦ୍ଧଧର୍ମ ବକାଶ ଘଟିଥିଲ ବୋଲି ଶ୍ରୀ ପଟେଲ କହିଥିଲେ । ଅନ୍ୟତମ ଅତିଥି ମହୋଦଧି ସୁସାଇଟର ଟ୍ରଷ୍ଟି ଡ. ସୁରେନ୍ଦ୍ର ମହାପାତ୍ର ଯୋଗଦାନ କହିଲେ ବୁଦ୍ଧଧର୍ମ କିଛି ଧର୍ମ ନୁହେଁ ଏହା ଏକ ସନାତନ ଧର୍ମ ଅଟେ । ଖରାପ କାର୍ଯ୍ୟକୁ ଦୁରେଇଦେବା ଥିଲା ବୁଦ୍ଧଙ୍କର ମୁଳମନ୍ତ୍ର । ଉଦୟଗିରିକୁ ଶୋଭନୀୟ ସୌନ୍ଦର୍ଯ୍ୟ କରାଯିବା ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ଅଧିକ୍ଷଣ ପ୍ରଶ୍ନତତ୍ୱବିତ୍ ଡ. ଜୀବନ କୁମାର ପଟ୍ଟନାୟକ ଯୋଗଦାନକରି ତାଙ୍କ ବକ୍ତବ୍ୟରେ କହିଲେ ଉଦୟଗିରି ଏକ ସ୍ୱତନ୍ତ୍ର ସ୍ଥାନ ଲାଭ କରିଥିବା ବେଳେ, ଏହା ବୁଦ୍ଧଧର୍ମର ଉପ୍ତତ୍ତି ସ୍ଥଳ କହିଲେ ଭୁଲ ହେବନାହିଁ । ଏଠାରୁ ମିଳିଥିବା ମୋହର, ଉସାଣ ମୁଦ୍ରା, ଶିଳାଲେଖ, ପଥର ଫରୁଆ ଓ ସିଂହପ୍ରସ୍ତ ବିହାର ଉଦୟଗିରିକୁ ବିଶ୍ୱପ୍ରସିଦ୍ଧ ବୋଲି ସେ କହିଥିଲେ । ଡ. ଅନୁନ୍ଧତୀ ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିବା ଏହି ଉତ୍ସବରେ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ସୁଭେନ୍ଦୁ କୁମାର ଭୁଇଁଆ ସଭାପରିଚାଳନା କରିଥିଲେ । ଉଦୟଗିରି ବୁଦ୍ଧମହୋତ୍ସବର କମିଟିର ସଭ୍ୟ ବରିଷ୍ଠ ସାମ୍ବାଦିକ ମେହଶ୍ୱର ବଳ ସ୍ୱାଗତ ଭାଷଣ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ହିରିଶ୍ଚନ୍ଦ୍ର ପ୍ରଧାନ ଏବଂ ରତ୍ନଗିରି ପୁଷ୍ପଗିରି ସଭାପତି ବିଷ୍ଣୁଚରଣ ମହାନ୍ତି, ଉଦୟଗିରି ବିକାଶ ରାଜ୍ୟସରକାର ଏବଂ କେନ୍ଦ୍ରସରକାରଙ୍କ ପକ୍ଷରୁ ଉଦୟଗିରିର ବିକାଶ ପାଇଁ ଦାବି କରିଥିଲେ । ସୈଳେନ୍ଦ୍ର ନାରାୟଣ ଦେଓ ଧନ୍ୟବାଦ ଦେଇଥିବା ବେଳେ, ଶୋଭନୀୟ ଶିକ୍ଷାକେନ୍ଦ୍ରର ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଏହି ଅବସରରେ ଯୋଗଦେଇଥିବା ଡ. ଭାଗ୍ୟଧର ସାହୁ, ରାମଚନ୍ଦ୍ର ସାମଲ, ଉମାକାନ୍ତ ବଳ, ଉମେଶ ପ୍ରଧାନ, ବାବନ ଜେନା, ସରୋଜ ବଳ ସଭା ପରିଚାଳନା କରିଥିବା ବେଳେ, ବିଭିନ୍ନ ବିଦ୍ୟାଳୟ ମାନଙ୍କରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ସାର୍ଟିଫିକେଟ ପ୍ରଦାନ କରିଥିବା ବେଳେ, ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନୀୟ ଅତିଥି ବଡ଼ଚଣାର ପୂର୍ବତନ ମନ୍ତ୍ରୀ ସିତାକାନ୍ତ ମହାପାତ୍ର ଯୋଗଦାନ କରିଥିବା ବେଳେ, ବଡ଼ଚଣାର ବିଧାୟକ ଅମର ଶତପଥି ଯୋଗଦାନ କରିଥିଲେ ।

Related Posts

About The Author

Add Comment