ଯାଜପୁର ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀ ଜୟନ୍ତୀ ପାଳିତ

Spread the love

ଯାଜପୁର, ୧୯/୧୧/୨୦୨୧ (ସନ୍ଧାନ ନିଉଜ) : ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ଇନ୍ଦିରା ଗାନ୍ଧୀଙ୍କର ପବିତ୍ର ଜୟନ୍ତୀ ଜିଲ୍ଲା କଂଗ୍ରେସର ସଭାପତି ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗରିଆପୁର ଓ ବାରୁଣୀ ପଡ଼ିଆ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ କଂଗ୍ରେସ୍ ତରଫରୁ ପୁଷ୍ପମାଲ୍ୟ ଓ ଶ୍ରଦ୍ଧା ସମୂନ ଅର୍ପଣ କରାଯାଇଥିଲା । ଜିଲ୍ଲା କଂଗ୍ରେସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ସଭାପତି ମନୋଜ ରାଉତ ସ୍ୱର୍ଗୀୟା ଗାନ୍ଧୀଙ୍କୁ ବିଶ୍ୱର ଜଣେ ଅଦ୍ୱିତୀୟ ନାରୀନେତ୍ରୀ ଭାବରେ ଅଭିହିତ କରିବା ସହିତ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶର ଅଗଣିତ ଦାରିଦ୍ର୍ୟ ସୀମରେଖା ତଳେ ରହିଥିବା ଜନସାଧାରଣଙ୍କର ଆର୍ଥିକ ମାନଦଣ୍ଡର ଉତ୍ତରୋତ୍ତର ଅଭିବୃଦ୍ଧି, ବ୍ୟାଙ୍କ୍ ଜାତୀୟ କରଣ, ରାଜା ମହାରାଜାଙ୍କ ହାତ ପାଣ୍ଠି ଉଚ୍ଚେଦ ତଥା ବୈଦେଶିକ ବର୍ହିବ୍ୟାପାର ସମ୍ବନ୍ଧିତ କୂଟନୈତିକ ସମ୍ପର୍କରେ ସମଗ୍ର ବିଶ୍ୱର ଜନନାୟକଙ୍କ ସହ ମିତ୍ରତା, ବଙ୍ଗଳାଦେଶକୁ ସ୍ୱାଧୀନ ରାଷ୍ଟ୍ରରେ ମାନ୍ୟତା ପ୍ରଭୃତି ବହୁ ସାହାସିକ ପଦକ୍ଷେପ ନେଇ ଭାରତର ସମସ୍ତ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଏହି ଜୟନ୍ତୀ ଉସôବରେ ସନ୍ତୋଷ କୁମାର ନନ୍ଦ, ଦିଗମ୍ବର କର, ନାରାୟଣ ସାମନ୍ତ, ବିଭୂତି ମହାପାତ୍ର, ରାଜୀବ ମହାପାତ୍ର, ଶିଶିର ନାୟକ, ଦୁର୍ଯ୍ୟୋଧନ ବେହେରା, ବିଦ୍ୟାଧର ବାରିକ, ନକୁଳଦେବ ସାହୁ, କପିଳେଶ୍ୱର ଦଳାଇ, ମାନସ ରଞ୍ଜନ ପଣ୍ଡା, କୁମାର ଆଶୁତୋଷ, ଭଗବାନ ନାୟକ, ପରିମଳ ବିଶ୍ୱାଳ, କନକଲତା ରାଉତ, ଗଦାଧର ଦାସ, ଅର୍ଜିତ ନାୟକ, ଅନିଲ ମହାନ୍ତି, ଦିଲ୍ଲୀପ ପତି, ରଘୁନାଥ ସାହୁ, ବିଜୟ ମହାପାତ୍ର, ଯଯାତି ନାୟକ ପ୍ରଭୃତି ଯୋଗଦେଇ ଶ୍ରୀମତୀ ଗାନ୍ଧୀଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Related Posts

About The Author

Add Comment