ଯାଜପୁର, ୨୭/୧୦/୨୦୨୧ (ସନ୍ଧାନ ନିଉଜ୍): ଅନ୍ବେଷଣ ଥିଏଟର ଗ୍ରୁପ ଯାଜପୁର ଓ ସରୋଜିନୀ ସ୍ମୃତି ସଂସଦ ଜାରକା ପକ୍ଷରୁ ଜାରକା ର ଜେମାଶୁଣି ମନ୍ଦିର ର ସଫେଇ କରାଯିବା ସହ କିଛି ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା , ଏହି ପେରିପ୍ରେକ୍ଷୀରେ ଜିଲାର ଜୟ ଜଗନ୍ନାଥ ଗ୍ରୁପ ସହଯୋଗ କରିଥିଲେ , ଧର୍ମଶାଳା ଥାନା ଅଧିକାରି ଶ୍ରୀ ରାକେଶ ତ୍ରିପାଠୀ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିଖ୍ୟାବିତ ଡା ଚିତ୍ତରଞ୍ଜନ ମହାନ୍ତି ଯୋଗ ଦେଇଥିଲେ ପରେ ପରେ ମାସ୍କ ବଣ୍ଟାଯିବା ସହ କରନା କଟକଣା ନିୟମକୁ ମାନିବାକୁ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ବେଷଣ ସମ୍ପାଦକ ଅଭିମନ୍ୟୁ ମିଶ୍ର , ଯୁବ ସାମ୍ବାଦିକ ମୃତ୍ୟୁଞ୍ଜୟ ସାହୁ , ସାମ୍ବାଦିକ ପ୍ରଫୁଲ ରାଉତ , ମାନସ ରାଉତ , ସାମ୍ବାଦିକ ସୁରେଶ କର ଓ ଜଗନାଥ ଓଡିଶା ଗ୍ରୁପ ପକ୍ଷରୁ ବହୁ ସଦସ୍ୟ ଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ରହି ସହଯୋଗ କରିଥିଲେ
ଜେମାଶୁଣି ମନ୍ଦିର ସଫେଇ ଓ ବୃକ୍ଷ ରୋପଣ
|
October 27, 2021 |