ଗାନ୍ଧୀ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଟିତ

Spread the love

ଯାଜପୁର, ୦୩/୧୦/୨୦୨୧ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ମହାବିଦ୍ୟାଳୟ ପରିଶରରେ ରକ୍ତଦାନ ଶିବିର ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେଯୋଗଦାନ କରି ବରୀ ବିଧାୟୀକା ସୁନନ୍ଦା ଦାସ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି ରକ୍ତଦାନ ଶିବିରକୁ ଉଦ୍ଧାଟନ କରିଥିଲେ ।ଏହି ରକ୍ତଦାନ ଶିବିରରେ ସେଚ୍ଛାକୃତ ଭାବେ ରକ୍ତଦାନ କରିବା ସହିତ ରକ୍ତଦାନ ଏକ ମହତ କାମ ବୋଲି ରକ୍ତଦାତା ମତ ପ୍ରକାଶ କରିଥିଲେ ।ଏହି ପରିପ୍ରେକ୍ଷୀରେ ବ୍ରହ୍ମବରଦା ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ । ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ଫଳ, ହର୍ଲିକ୍ସ, ଓଆର ଜୁସ ଏହି ବିଦ୍ୟାଳୟରେ ରକ୍ତଦାତାଙ୍କ ଠାରୁ ୨୦୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରୀ ବିଜେଡ଼ି ନେତା ଦେବେନ୍ଦ୍ର ଦାସ ଯୋଗଦେଇଥିବା ବେଳେ, ସାଧାରଣ ସମ୍ପାଦକ ପ୍ରଦିପ ଦାସ ଯୋଗଦେଇଥିଲେ । ବିଧାୟୀକାଙ୍କ ସହିତ ୧୦ଟି ପଂଚାୟତର ସରପଂଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ଯୋଗଦେଇଥିଲେ । ବ୍ରହ୍ମବରଦା ମହାବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବରି ଆୟୋଜନ କରାଯାଇଥିଲା ।

Related Posts

About The Author

Add Comment