ମସ୍କୋ, 18/9 ( ସନ୍ଧାନ ନିୟୁଜ) : ରୁଷ୍ର ଏକ ଯୁଦ୍ଧବିମାନ ସିରିଆର ଭୁମଧ୍ୟସାଗର ଉପରେ ନିଖୋଜ ହୋଇଯାଇଛି। ରୁଷ ସାମରିକ ବାହିନୀ କହିଛି ଏଥିରେ ୧୪ଜଣ ଲୋକ ଥିଲେ । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ସ୍ଥଳଭାଗଠାରୁ ସମୁଦ୍ର ଆଡକୁ ୩୫ କିଲୋମିଟର ଯାତ୍ରା କରିବା ପରେ ସେହି ଜେଟ୍ ବିମାନ ରାଡାରରେ ଦୃଶ୍ୟମାନ ହୋଇ ନଥିଲା। ସେହି ବିମାନଟି ଲତାକିଆ ସହର ନିକଟସ୍ଥ ରୁଷ ବିମାନଘାଟୀକୁ ଫେରୁଥିଲା। ଇସ୍ରାଇଲ୍ର ଲଢ଼ୁଆ ଜେଟ୍ ବିମାନ ଗୁଡ଼ିକରୁ ସେହି ଅଞ୍ଚଳକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଉଥିବାରୁ ବିମାନଟି ନିଖୋଜ ହୋଇଛି ବୋଲି ରୁଷ୍ ସାମରିକ ବାହିନୀ କହିଛି। ତେବେ ତାହାକୁ ଗୁଳିକରି ଖସାଇ ଦିଆଯାଇଥିବା କଥା ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି।
Related Posts
About The Author
Add Comment