ସୁନ୍ଦରଗଡ ତା:୨୭/୯/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଯୋଗୀମାଲ ଶିଶୁ ବିଦ୍ୟାମନ୍ଦିରରେ ପଶ୍ଚିମ ଓଡିଶା ଯୁବମଞ୍ଚ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଯୋଗୀମାଲ ସରପଞ୍ଚ କର୍ଣ୍ଣ ନାଏକ ଯୋଗଦେଇ ଉଦ୍ଘାଟନ କରିଥିଲେ । ରକ୍ତଦାନ ଏକ ମହାପୁଣ୍ୟ ଓ ଏହାଦ୍ୱାରା ଆମେ ଆବଶ୍ୟକ ଲୋକଙ୍କ ଜୀବନ ବଞ୍ଚାଇବାର ସୁଖ ପାଇପାରିବା ବୋଲି ସରପଞ୍ଚ ଆହ୍ୱାନ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ଯୁବନେତା ଡକ୍ଟର ହିମାଂଶୁ ଷଡଙ୍ଗୀ ଯୋଗଦେଇ ଯୁବକଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୩୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ମହାନ କାର୍ଯ୍ୟକୁ କରୁଥିବା ପ୍ରତ୍ୟେକ ଅନୁଷ୍ଠାନକୁ ପ୍ରଶଂସାର ପାତ୍ର ବୋଲି ଶ୍ରୀଯୁକ୍ତ ଷଡଙ୍ଗୀ ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବମଞ୍ଚ ତରଫରୁ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ପଶ୍ଚିମ ଓଡିଶାର ଯୁବମଞ୍ଚ ତରଫରୁ ଯୋଗୀମାଲ ଶିଶୁ ମନ୍ଦିରରେ ରକ୍ତଦାନ ଶିବିର ଅନୁଷ୍ଠିତ
|
September 26, 2021 |



