ଯାଜପୁର ମେଡ଼ିକାଲରେ ସୁରକ୍ଷା କର୍ମିଙ୍କ ଦାଦାଗିରି ମହଙ୍ଗା ପଡ଼ିଲା

Spread the love

ଯାଜପୁର ସଦର,୨୪ା୦୯ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି ମେଡିକାଲରେ ସୁରକ୍ଷାକର୍ମି ଭାବରେ ଚାକିରୀ କରିଥିବା ଜଣେ କର୍ମଚାରୀ ଜଣେ ରୋଗୀଙ୍କ ସଂମ୍ପର୍କିୟଙ୍କୁ ଆକ୍ରମଣ କରିବା ଘଟଣା ଯାଜପୁର ଜିଳ୍ଲାରେ ଚହଳ ପକାଇଛି ଘଟଣାରୁ ପ୍ରକାଶଯେ, ରୋଗୀ ମାନଙ୍କୁ ନେଇଆସିଥିବା ତାଙ୍କ ସମ୍ପର୍କିୟ ମାନଙ୍କୁ ଏହି ସୁରକ୍ଷାକର୍ମୀ ମେଡିକାଲ ଦାଇତ୍ୱରେ ଥିବା ସୁରକ୍ଷାକର୍ମୀ ଆକ୍ରମଣରେ ଶୀକାର ହେଉଥିବା ଏହି ରୋଗୀଙ୍କ ସମ୍ପର୍କିୟଙ୍କୁ ଆକ୍ରମଣ କରିବା ଘଟଣା ଦେଖିବାକୁ ମିଳିଛି । ଏଠାରେ ସୁଚନା ଯୋଗ୍ୟଯେ ଜଣେ ୬୫ ବର୍ଷର ବୃଦ୍ଧ ନିଜ ନାତୁଣୀକୁ ନେଇ ମେଡିକାଲୁ ଆସିଥିବାବେଳେ ଭିତରକୁ ଯିବାକୁ ଚାହଁବାରୁ ଏହି ସୁରକ୍ଷା କର୍ମି ଜଣକ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଉତ୍ତେକ୍ତ ହୋଇ ଏହି ସୁରକ୍ଷାକର୍ମି ଜଣକ ଏହିବୃଦ୍ଧାକୁ ମାଡ ମାରିଥିଲେ । ଆଉଜଣେ ଲୋକ ନିଜ ଝିଅକୁ ପ୍ରସୂତି ବିଭାଗକୁ ଆଣିଥିବାବେଳେ ସୁରକ୍ଷା କର୍ମୀ ତାଙ୍କୁ ଗଳାଧକ୍କା ମାରିବା ସହିତ ଏହି କର୍ମୀ ଜଣଙ୍କ ତାଙ୍କ ଝିଅ ସମ୍ମୁଖରେ ତାଙ୍କ ଆତ୍ମୀୟକୁ ଧକ୍କ୍‌ା ମାରିବାରୁ ସେଠାରୁ ତାଙ୍କୁ ବାହାର କରିଦେଇଥିଲେ । ସ୍ଥାନୀୟ ବାଣପୁର ଗ୍ରାମର ମଦନ ନାମକ ବ୍ୟକ୍ତିଙ୍କ ବହୁ ଚିକିତ୍ସିତ ହେଉଥିବା ଯୋଗୁଁ ବୋହୁ ପାଖକୁ ମେଡିସିନ ନେଇଯିବାକୁ ଚାହିଁଥିବାରୁ ଗଳାଧକ୍କା ମାରିବା ସହିତ ଏହି ଭଦ୍ରବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀମାନେ ପିଟିଥିଲେ । ସେହିପରି ଜଣେ ଭଦ୍ରଲୋକ ମେଡିକାଲକୁ ଆସିଥିବା ବେଳେ, ସୁରକ୍ଷାକର୍ମୀ ତାଙ୍କୁ ଅପମାନ କରିବାରୁ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ଯାଜପୁର ପୋଲିସ ପହଁଞ୍ôଚ ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଏହି ଘଟଣାକୁ ନେଇ ରୋଗୀର ସମ୍ପର୍କିୟ ମାନେ ଯାଜପୁର ଚିକିତ୍ସା ଅଧିକାରୀ ଡାକ୍ତର ଅନୁପ କୁମାର ସର୍ମାଙ୍କୁ ଅଭିଯୋଗ କରିବା ପରେ ଶ୍ରୀ ସର୍ମା ଅଭିଯୋଗ ପାଇ ଘଟଣା ତଦନ୍ତ କରାଯାଇ ଦୋଷିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ଶ୍ରୀ ସର୍ମା ପ୍ରତିସୃତୀ ଦେଇଥିଲେ । ଏଦିଗରେ ଯାଜପୁର ଜିଲ୍ଲାପାଳ, ଯାଜପୁର ସିଡିଏମ, ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବି କରାଯାଉଚି । ଦାୟିତ୍ୱରେ ଥିବା ରୋଗୀ ମାନଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ସେମାନଙ୍କ ଅଭିଭାବକ ମାନଙ୍କୁ ସୁରକ୍ଷାକର୍ମି ଦୁର୍ବେବହାର କରିବା ଘଟଣା ବଡ଼ ବିସ୍ମିତ କରିଦେଇଚି ।

Related Posts

About The Author

Add Comment